ବାଲେଶ୍ୱର ରେଳ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୨୮୮କୁ ଛୁଇଁଲା

ଭୁବନେଶ୍ୱର : ବାଲେଶ୍ବର ଜିଲ୍ଲା ବାହାନଗା ରେଳ ଷ୍ଟେସନ୍ ଠାରେ ହୋଇଥିବା ଟ୍ରେନ ଦୁର୍ଘଟଣାରେ ବର୍ତମାନ ସୁଦ୍ଧା ଖ୍ୟା ୨୮୮ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୮୦୦  ରୁ ଉର୍ଦ୍ଧ୍ୱ ଲୋକ ଆହାତ ହେଇଥିବା ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି ।

ଆହତ ଯାତ୍ରୀମାନଙ୍କୁ ଗୋପାଳପୁର, ଖନ୍ତାପଡ଼ା, ବାଲେଶ୍ବର, ଭଦ୍ରକ ଓ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାରେ ମୃତକଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଉଛି ।

ସେପଟେ ବାହାନଗା ରେଳ ଦୁର୍ଘଟଣାରେ ମୃତାହତଙ୍କ ସଂପର୍କୀୟଙ୍କ ପାଇଁ ଏକ ସ୍ପେସାଲ ଟ୍ରେନର ବ୍ୟବସ୍ଥା ହୋଇଛି । ଏହି ଟ୍ରେନଟି ଚେନ୍ନାଇରୁ ବାହାରି ଭଦ୍ରକରେ ପହଞ୍ଚିବ । ଆଜି ସଂଧ୍ୟା ୭ଟା ୨୦ ମିନିଟରେ ଏହି ସ୍ପେସାଲ ଟ୍ରେନ ଚେନ୍ନାଇରୁ ବାହାରିବ । ଦୁର୍ଘଟଣାର ମୃତାହତଙ୍କ ସଂପର୍କୀୟମାନେ ଆସି କିପରି ନିଜର ପ୍ରିୟ ପରିଜନଙ୍କୁ ଭେଟିପାରିବେ, ସେଥିପାଇଁ ରାଳବାଇ ପକ୍ଷରୁ ଏହି ଟ୍ରେନ୍ ର ବ୍ୟବସ୍ଥା କରାଯାଇଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *