ବିଧାୟକ ଭାବେ ଶପଥ ଗ୍ରହଣ କଲେ ଦୀପାଳୀ ଦାସ

Spread the love

ଭୁବନେଶ୍ୱର : ଝାରସୁଗୁଡା ବିଧାନସଭା ଉପ ନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହେବା ପରେ ଦୀପାଳୀ ଦାସ ସୋମବାର ଦିନ ବିଧାୟକ ଭାବେ ଶପଥ ଗ୍ରହଣ କରିଛନ୍ତି । ବିଧାନସଭାରେ ଉପ ବାଚସ୍ପତି ରଜନୀକାନ୍ତ ସିଂହ ତାଙ୍କୁ ଶପଥ ଗ୍ରହଣ କରାଇଥିଲେ । ଏହି ଅବସରରେ ତାଙ୍କର ମା ଓ ଭାଇ ମଧ୍ୟ ଉପସ୍ଥିତ ଥିଲେ । ରାଜ୍ୟର କିଛି ମନ୍ତ୍ରୀ ଓ ବିଧାୟକ ମାନେ ଏହି ଅବସରରେ ଉପସ୍ଥିତ ଥିଲେ ।

ଶପଥ ଗ୍ରହଣ କରିବା ପରେ ଦୀପାଳୀ ସାମ୍ବାଦିକ ମାନଙ୍କ ସହ କଥାବାର୍ତା ବେଳେ କହିଛନ୍ତି ଯେ ସେ ଝାରସୁଗୁଡ଼ାବାସୀଙ୍କ ସେବା ପାଇଁ କାର୍ଯ୍ୟ କରିବେ । ତାଙ୍କ ବାପାଙ୍କ ଅଧୁରା ସ୍ୱପ୍ନ ପୂରଣ ପାଇଁ କାର୍ଯ୍ୟ କରିବେ । ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଝାରସୁଗୁଡ଼ା ପାଇଁ କାର୍ଯ୍ୟ କରିବେ ବୋଲି ସେ କହିଛନ୍ତି ।

ଉଲ୍ଲେଖନୀୟ ଯେ ଗତ ୧୦ ତାରିଖ ଦିନ ଝାରସୁଗୁଡା ବିଧାନସଭା ଉପ ନିର୍ବାଚନ ପାଇଁ ଭୋଟ ଗ୍ରହଣ ହୋଇଥିଲା ଓ ୧୩ ତାରିଖ ଦିନ ଭୋଟ ଗଣନା ହୋଇଥିଲା । ଦୀପାଳି ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କଠାରୁ ୪୮ହଜାର ୭୨୧ ଅଧିକ ଭୋଟ ପାଇ ବିଜୟୀ ହୋଇଥିଲେ ।

ଆଜି ବିଧାୟକ ଭାବେ ଶପଥ ଗ୍ରହଣ କରିବା ପୂର୍ବରୁ ରବିବାର ଦିନ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦୀପାଳି ଦାସ ଭେଟିଥିଲେ ।

Leave a Reply

Your email address will not be published. Required fields are marked *