କୋଶଲ ରାଜ୍ୟ ଦାବିରେ ପଶ୍ଚିମ ଓଡିଶାରେ ବନ୍ଦ ପାଳନ

ଭୁବନେଶ୍ବର: କୋଶଲ ରାଜ୍ୟ ଦାବିରେ ପଶ୍ଚିମ ଓଡିଶାରେ ବନ୍ଦ ପାଳନ। ଏହି କ୍ରମରେ  ଟିଟିଲାଗଡ଼ ସହରରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି l କୋଶଲ ମୁକ୍ତି ମୋର୍ଚ୍ଚା ଆଜି ଦେଇ ଥିବା ଡାକରାରେ ଟିଟିଲାଗଡ଼ ଗରିବ ସେନା,କୋଶଲ ଭାଷା ଆନ୍ଦୋଳନ, କୋଶଲ ସାଂସ୍କୃତିକ ଅନୁଷ୍ଠାନ, ବିଭିନ୍ନ ସାମାଜିକ ଅନୁଷ୍ଠାନ, ଗୁରୁଃକୃପା ସେବା ଅନୁଷ୍ଠାନ ଆଦି ବହୁ ସଂଗଠନ ଏହି  ଆନ୍ଦୋଳନକୁ ସମଥର୍ନ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି। ଆନ୍ଦୋଳନକାରୀ ଜିଲ୍ଲାର ମୁଖ୍ୟ ରାସ୍ତା ଗୁଡିକୁ ଅବରୋଧ କରିଛନ୍ତି l

ସେହିପରି ନୂଆପଡା ଜିଲ୍କାରେ ଦଳିତ ଅଧିକାର ମଚଂ ବନ୍ଦପାଳନ କରୁଛି । ଫଳରେ ଏହାର ପ୍ରଭାବରେ ଗାଡିଚଳାଚଳ ସଂପୂର୍ଣ୍ଣ ବ୍ୟାହତ ହୋଇଛି । ଜିଲ୍ଲାର ବୋଡେନ, ସିନାପାଲି ଏବଂ ଜିଲ୍ଲାର ପ୍ରମୁଖ ସହର ଖଡିଆଳରେ ଦୋକାନ ବଜାର, ସରକାରୀ ଓ ବେସରକାରୀ ଅଫିସ, ବ୍ୟାଙ୍କ, ସ୍କୁଲ କଲେଜ ବନ୍ଦ ରହିଥିବା ଦେଖିବାକୁ ମିଲିଛି । ଜିଲ୍ଲାର ଖଡିଆଳ ସହରର ଅମ୍ଵେଦକର ଛକ ନିକଟରେ ଦଳିତ ଅଧିଜାର ମଚଂ ପକ୍ଷରୁ ୩୫୩ ନଂ ଜାତୀୟ ରାଜପଥ ଅବରୋଧ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ସକାଳ ୬ଟାରୁ ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ଘଣ୍ଟିଆ କୋଶଳ ମହାବନ୍ଦ ପାଳନ କରାଯାଉଛି । କୋଶଳ ସେନା  ଓ କୋଶଳ ରାଏଜ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଥିବା ବେଳେ ଏହାକୁ ସମର୍ଥନ କରିଛନ୍ତି ବିଭିନ୍ନ ରାଜନୈତିକ ଦଳ । ସକାଳୁ ସକାଳୁ ଏହି ସଂଗଠନର କାର୍ଯ୍ୟକର୍ତ୍ତାମାନେ ସହରର ମୁଖ୍ୟ ଛକଗୁଡିକରେ ରାସ୍ତା ଅବରୋଧ କରିଛନ୍ତି ।

ଝାରସୁଗୁଡାର ବିଭିନ୍ନ ସ୍ଥାନରେ କୋଶଳ ସେନା ପକ୍ଷରୁ ପିକେଟିଂ କରାଯାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ପୋଲିସ ଆନ୍ଦୋଳନକାରୀଙ୍କୁ ଗିରଫ କରିଛି । ଝାରସୁଗୁଡ଼ାରେ ସ୍ଥିତି ସ୍ବାଭାବିକ ରହିଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ପଶ୍ଚିମ ଓଡିଶାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ସ୍କୁଲ, କଲେଜ, ସରକାରୀ ଅଫିସ, ବ୍ୟାଙ୍କ, ପେଟ୍ରୋଲ ପମ୍ପ, ପୋଷ୍ଟ ଅଫିସ, ବେସରକାରୀ ସ୍କୁଲ, ବଡ଼ ବଡ଼ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକ ବନ୍ଦ ରହିଥିବା ବେଳେ ବସ, ଟ୍ରକ, ଚାରି ଚକିଆ ଯାନବାହାନ ଚଳାଚଳ ବନ୍ଦ ରହିଛି l କିନ୍ତୁ ସମ୍ବଲପୁର ଜିଲ୍ଲାରେ ଏହି ବନ୍ଦକୁ ବିରୋଧ କରାଯାଇଛି। କୋଶଳ ନାମରେ ସମ୍ବଲପୁରୀ ସଂସ୍କୃତିକୁ ବାଟବଣା କରିବାକୁ ଚେଷ୍ଟା କରାଯାଉଥିବା ଅଭିଯୋଗ ହୋଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *