ଧାମନଗର ରେଜଲ୍ଟ ପାଇଁ କାଉଣ୍ଟଡାଉନ ଆରମ୍ଭ

Spread the love

() ରବିବାର ଧାମନଗର ରେଜଲ୍ଟ। ଆରମ୍ଭ ହୋଇଗଲାଣି କାଉଣ୍ଟିଂ ଲାଗି କାଉଣ୍ଟଡାଉନ। ଷ୍ଟ୍ରଙ୍ଗରୁମରେ କଡ଼ା ସୁରକ୍ଷା ବ୍ୟବସ୍ଥାରେ ରହିଛି ଇଭିଏମ୍। ରବିବାର ସକାଳ ୮ଟାରୁ ଗଣତି ସକାଶେ ସବୁ ପ୍ରସ୍ତୁତି ସରିଛି। ଜିଲ୍ଲାପାଳ, ଏସ୍‌ପି ପ୍ରମୁଖ ଷ୍ଟ୍ରଙ୍ଗରୁମରେ ପହଞ୍ଚି ସ୍ଥିତି ତଦାରଖ କରିଛନ୍ତି। ସେପଟେ ଗଣତି ସୁରୁଖୁରୁରେ ସମ୍ପନ୍ନ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ସିଇଓ।

ରବିବାର ଧାମନଗର ରେଜଲ୍ଟ। ସକାଳ ୮ଟାରୁ ଆରମ୍ଭ ହେବ ଗଣତି। ଏଥିଲାଗି ଷ୍ଟ୍ରଙ୍ଗରୁମ ସହ କାଉଣ୍ଟିଂ ସେଣ୍ଟର ବୁଲି ତଦାରଖ କରିଛନ୍ତି ଉଭୟ ଜିଲ୍ଲାପାଳ ଓ ଏସପି। କିଭଳି ସୁରୁଖୁରୁରେ ଓ ଶୃଙ୍ଖଳାର ସହ ଗଣତି ହେବ, ତା ଉପରେ ଜୋର୍ ଦେଇଛି ପ୍ରଶାସନ। ୨ଟି ବ୍ଲକ୍ ଓ ଗୋଟିଏ ଏନଏସିର ମୋଟ୍ ୨୫୨ ବୁଥ୍ ପାଇଁ ୧୪ଟି ଗଣତି ଟେବୁଲ୍ କରାଯାଇଛି। ମୋଟ୍ ୧୮ ରାଉଣ୍ଡ ଗଣତି ହେବ। ଧାମନଗର ବ୍ଲକର ଅସୁରାଳି ଜୋନରୁ ଗଣତି ଆରମ୍ଭ ହେବ। ତିହିଡ଼ି ବ୍ଲକରେ ଶେଷ ରାଉଣ୍ଡ ଗଣତି ହେବ। କାଉଣ୍ଟିଂ ସେଣ୍ଟରର ଶହେ ମିଟର ପରିଧି ଭିତରେ କେବଳ ଅଧିକୃତ ପରିଚୟପତ୍ରଧାରୀଙ୍କୁ ଅନୁମତି ମିଳିବ। ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ ହୋଇଛି। ସିଆରପିଏଫ ଜବାନଙ୍କ ସହ ୧୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ରହିବେ।

ସେପଟେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି, ସକାଳ ୮ଟାରେ ପୋଷ୍ଟାଲ ବାଲାଟ୍ ଓ ସାଢ଼େ ୮ଟାରୁ ଇଭିଏମ ଗଣତି ଆରମ୍ଭ ହେବ। ଗଣତିର ତଦାରଖ କରିବେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ। ପ୍ରତି ପାର୍ଥୀ ଜଣେ ଲେଖାଏଁ ଏଜେଣ୍ଟ ଦେବେ।  ୧୪ଟି ଟେବୁଲରୁ ଗୋଟିଏ ଟେବୁଲରେ ପୋଷ୍ଟାଲ ଭୋଟର ଗଣତି ହେବ। ୫ଟି ଭିଭିପାଟ୍ ରେ ବି ଗଣତି ହେବ। ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରାଯାଇଛି। ପ୍ରତି ଟେବୁଲରେ ଜଣେ ଲେଖାଏଁ କାଉଣ୍ଟିଂ ସୁପରଭାଇଜର ରହିବେ। ନିର୍ବାଚନ ପରବର୍ତ୍ତୀ ହିଂସା ନେଇ କୌଣସି ଖବର ପହଞ୍ଚିନି। ଏସପିଙ୍କଠୁ ଅବଗତ ପରେ ଯାହା କିଛି ପଦକ୍ଷେପ ନିଆଯିବ ବୋଲି କହିଥିଲେ ସିଇଓ।

ରବିବାର ଧାମନଗର ଫୈସଲା। ତେବେ ଗଣତିକୁ ସୁରୁଖୁରୁରେ ଓ ଶୃଙ୍ଖଳାର ସହ ସମାପନ କରିବାକୁ ପ୍ରଶାସନ ସମସ୍ତ ପ୍ରସ୍ତୁତି କରିଛି।

ଭଦ୍ରକରୁ ସତ୍ୟବ୍ରତ ପ୍ରଧାନଙ୍କ ସହ ଭୁବନେଶ୍ୱରରୁ ସିମ୍ପୁଲ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *