ଓଡ଼ିଶା

ଜମିବ ବାଲିଯାତ୍ରା

କଟକ: ଶେଷ ପର୍ଯ୍ୟାୟରେ ବାଲିଯାତ୍ରା ପ୍ରସ୍ତୁତି । ଆନ୍ତର୍ଜାତିକ ସ୍ତରରେ ବାଲିଯାତ୍ରା କୁ ସାମିଲ କରିବାକୁ ଚାଲିଛି ଜୋରଦାର ପ୍ରସ୍ତୁତି । ଦିନରାତି ଏକ କରି ବାଲିଯାତ୍ରା ପଡିଆକୁ ଆକର୍ଷଣୀୟ କରୁଛି ମହାନଗର ନିଗମ । ପଦ୍ମଶ୍ରୀ ସୁଦର୍ଶନ ପଟନାୟକ ଙ୍କ ବାଲୁକା କଳା ଠାରୁ ଆରମ୍ଭ କରି ଭାରତୀୟ ନୌସେନା କଳା କୌଶଳକୁ ସାମିଲ କରାଯାଇଛି ଏଥର ବାଲିଯାତ୍ରାରେ । କୋଳାହଳ ପରିବେଶ,ବାଣିଜ୍ୟର ପ୍ରାଧାନ୍ୟତା ତଥା ଚଟପଟି ଖାନାର ଆସର ଭିତରେ ପ୍ରଶାସନ ବଜାୟ ରଖିଛି ଆଧ୍ୟାତ୍ମିକ ପରିବେଶ ।

ପାଖେଇ ଆସୁଛି କଟକର ପ୍ରସିଦ୍ଧ ବାଲିଯାତ୍ରା । ଜାତୀୟ ମାନ୍ୟତା ପରେ ଆନ୍ତର୍ଜାତିକ ମାନ୍ୟତା ଦୌଡ଼ରେ ବର୍ତ୍ତମାନ କଟକ ବାଲିଯାତ୍ରା । ଜିଲ୍ଲା ପ୍ରଶାସନ, ରାଜ୍ୟ ସରକାର, କଟକ ମହାନଗର ନିଗମ ତରଫରୁ ଆୟୋଜିତ  ହେଉଛି ଆନ୍ତର୍ଜାତିକ ସ୍ତରର କାଯ୍ୟକ୍ରମ । ବାଲିଯାତ୍ରା ସହିତ ଜାଭା ସୁମାତ୍ରା, ଇଣ୍ଡୋନେସିଆ ଭଳି ଦେଶ ଗୁଡିକ ର ସମ୍ପର୍କକୁ ଆଧାର କରି ଏଥର ବାଲିଯାତ୍ରା ରେ ସାମିଲ ହୋଇଛି ନୌସେନା । ସେହିପରି ଭାରତୀୟ ନୌସେନା ମହାନଦୀର ଜଳରାଶିରେ ପ୍ରଦର୍ଶନ କରିବ ଜଳକ୍ରୀଡା ସହିତ ବିଭିନ୍ନ କଳା କୌଶଳ । ଏଥି ନେଇ ନୌସେନାର ଏକ ପ୍ରତିନିଧି ଦଳ ବାଲିଯାତ୍ରା ପଡିଆ ସମ୍ମୁଖସ୍ଥ ମହାନଦୀ ତଟ ପରିଦର୍ଶନ କରି ଜିଲ୍ଲାପାଳଙ୍କ ସହିତ ବିସ୍ତୃତ ଆଲୋଚନା କରିଛନ୍ତି । ନୌସେନାର କଳାକୌଶଲ ପ୍ରଦର୍ଶନକୁ ନେଇ ତିଆରି ହୋଇଛି ବ୍ଲୁ ପ୍ରିଣ୍ଟ । କେବଳ ସେତିକି ନୁହେଁ ବିଶ୍ଵଦରବାରରେ ସ୍ୟାଣ୍ଡ ଆର୍ଟ ପାଇଁ ଓଡିଶା ନାମକୁ ଗୌରାଵାନ୍ବିତ କରିଥିବା  ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ସାମିଲ ହେବ ଚଳିତ ବର୍ଷ ବାଲିଯାତ୍ରାରେ । ବାଲିଯାତ୍ରା ପଡିଆ ମଧ୍ୟରେ ତିଆରି ହୋଇଥିବା ଗ୍ରୀନ କଭର ଆଉ କଟକ ଇନ କଟକ କାଯ୍ୟକ୍ରମର ସମ୍ମୁଖରେ ସ୍ଥାନିତ ହେବ ପଦ୍ମଶ୍ରୀଙ୍କ  ବାଲୁକା କଳା । ବାଲିଯାତ୍ରା କୁ ଆନ୍ତର୍ଜାତିକ ସ୍ତରର କରିବା ପାଇଁ ଆୟୋଜନ କରାଯାଉଛି ବୋଲି କହିଛନ୍ତି କଟକ ଜିଲାପାଳ ।

­ଅନ୍ୟପଟେ ଦେଖିବାକୁ ଗଲେ ଚଳିତ ବର୍ଷ ବାଲିଯାତ୍ରା ହେବ ସମ୍ପୂର୍ଣ୍ଣ ନିଆରା । ଲକ୍ଷାଧିକ ଜନସମାଗମ,ଘମାଘୋଟ ବ୍ୟବସାୟ,ଆମୋଦପ୍ରମୋଦ, ଖାନାପିନା ଭିତରେ ବି ଜିଲ୍ଲା ପ୍ରଶାସନ ଦେଇଛି  ଆଧ୍ୟାତ୍ମିକତାକୁ ପ୍ରାଧାନ୍ୟ । ବାଲିଯାତ୍ରା ପଡିଆରେ ଥିବା  ପବିତ୍ର ଗଡ଼ଗଡ଼ିଆ ପୀଠରେ ସାଧୁସନ୍ଥଙ୍କ ପାଇଁ କରାଯାଇଛି ବ୍ୟବସ୍ଥା । ଦିନ ସମୟରେ ଅନୁଷ୍ଠିତ ହେବ ଯଜ୍ଞ ଏବଂ  ସନ୍ଧ୍ୟାରେ ଓଡିଶାର ଗଙ୍ଗା ମହାନଦୀ ବନ୍ଦନା ସହିତ ଆଳତି ହେବ । ବ୍ୟବସାୟିକ ଭିଡ଼ ଭିତରୁ ଆଧ୍ୟାତ୍ମିକତା ର ବାର୍ତା ଦେବ ଚଳିତ ବର୍ଷର ବାଲିଯାତ୍ରା ।

Leave a Reply

Your email address will not be published.

Back to top button