ହତୀ ଆକ୍ରମଣ: ସ୍ୱାମୀ ମୃତ ସ୍ତ୍ରୀ ଗୁରୁତର

Spread the love

ଢେଙ୍କାନାଳ: ଦନ୍ତାହାତୀ ଆକ୍ରମଣ ରେ ସ୍ୱାମୀ ମୃତ, ସ୍ତ୍ରୀ ଗୁରତର। ଘଟଣା ଘଟିଛି ଢେଙ୍କାନାଳ ବନଖଣ୍ଡ ମହାବୀର ରୋଡ଼ ରେଞ୍ଜ ଦଦରାଘାଟି ସେକ୍ସନ ଚାନ୍ଦପୁର ଗାଁର କାଉଁସନାଳି ସାହିରେ। ମୃତକ ଜଣକ ହେଉଛନ୍ତି ସେହି ସାହିର ରୁମା ବେହେରା ଓ ଗୁରୁତର ଜଣକ ହେଉଛନ୍ତି ତାଙ୍କ ସ୍ତ୍ରୀ ତାରା ବେହେରା। ସୂଚନା ମୁତାବକ ଉଭୟ ସ୍ୱାମୀ ସ୍ତ୍ରୀ ଶୌଚ ପାଇଁ ଗାଁ ପାଖ ପୋଖରୀ କୁ ଆଜି ସକାଳେ ଯାଉଥିବା ବେଳେ ଏକ ଦନ୍ତା ହାତୀ ତାଙ୍କୁ ଆକ୍ରମଣ କରିଥିଲା। ଫଳରେ ଉଭୟେ ଗୁରୁତର ଭାବେ ଆହାତ ହୋଇଥିଲେ। ତେବେ ଗୁରୁତର ଭାବେ ଉଭୟଙ୍କୁ ପ୍ରଥମେ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ତେବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେବା ବାଟରେ ସ୍ୱାମୀ ରୁମା ବେହେରା ଙ୍କ ମୃତ୍ୟୁ ହୋଇଥିଲା।  ଗରୁତର ସ୍ତ୍ରୀ ତାରା ବେହେରା ଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଠା ଯାଇଛି।  

Leave a Reply

Your email address will not be published. Required fields are marked *