ଓଭର ହେଡ୍ ପାଣି ଟାଙ୍କି ପାଇଁ ଜନସ୍ୱାସ୍ଥ୍ୟ ବିଭାଗର ବୃକ୍ଷ ବଳି

Spread the love

ଭୁବନ : ଢେ଼ଙ୍କାନାଳ ଜିଲ୍ଲା ଭୁବନ ଜନସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟାଳୟରେ ଦୁର୍ନୀତି ପ୍ରୀୟାପ୍ରିତି, ଅନିୟମିତତା ଓ ସ୍ଵେଚ୍ଛାଚାରିତା ଚରମ ସୀମାରେ ପହଞ୍ଚିଥିବା ଅଭିଯୋଗ ହୋଇଛି । ଅନଭିଜ୍ଞ ଯନ୍ତ୍ରୀ ଜଣକ ଦୀର୍ଘ ୧୫ ବର୍ଷ ହେଲା ଭୁବନରେ ରହି ମାତ୍ରାଧିକ ଦୁର୍ନୀତିରେ ଲିପ୍ତ ରହି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଖୁସି କରୁଥିବାରୁ ଏଠାରେ ମେରୀ ରାୟ ନୀତି ଚଳାଇଛନ୍ତି । ଭୁବନ ବାସୀଙ୍କ ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ଗତ ଅପ୍ରେଲ ମାସ ୧୨ ତାରିଖ ଦିନ ଜନସ୍ବାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ ପରିସରରେ ୧ କୋଟି ୯୦ ଲକ୍ଷ ଟଙ୍କା ବ୍ୟୟରେ ଓଭର ହେଡ଼ ପାଣି ଟାଙ୍କି ନିର୍ମାଣ ପାଇଁ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଖଣି ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଓ ସାଂସଦ ମହେଶ ସାହୁ ଶିଳାନ୍ୟାସ କରିଥିଲେ। ଓଭର ହେଡ ପାଣି ଟାଙ୍କୀ ନିର୍ମାଣ ପାଇଁ ବିଭାଗୀୟ ଯନ୍ତ୍ରୀ ବନ ବିଭାଗର ଅନୁମତି ନ ନେଇ ଦୀର୍ଘ ୨୦/୩୦ ବର୍ଷ ର ବିରାଟ ବିରାଟ ୪ ଟି ଆମ୍ବ ବୃକ୍ଷକୁ ମେସିନ ସାହାଯ୍ୟରେ କାଟି କାଠ, ଡାଳ ସବୁ ବିକ୍ରି କରିଦେଇଛନ୍ତି । ସଂପୃକ୍ତ ଯନ୍ତ୍ରୀ ସୋନାଲି ନାୟକଙ୍କୁ ଏ ସମ୍ପର୍କରେ ପଚାରିବାରୁ ଓଭର ହେଡ୍ ଟାଙ୍କି ନିର୍ମାଣ ପାଇଁ ଗଛ କାଟିବାକୁ ପଡ଼ିଲା ।ଏଥିରେ କଣ ଅସୁବିଧା ହେଲା ? ବୋଲି ପ୍ରଶ୍ନ କରିବା ସହ କାହା ଅନୁମତି ଆବଶ୍ୟକ ନାହିଁ ବୋଲି କହିଥିଲେ। ଫରେଷ୍ଟର କବିତା ବିଶ୍ଵାଳ ଏବଂ ରେଞ୍ଜର ଅନିତା ସେଠୀ ଉଭୟ ଏକା କଥା କହିଥିଲେ କି ତାଙ୍କୁ କେହି ଏନେଇ ଅନୁମତି ମାଗିନାହାନ୍ତି କି ସେ କାହାକୁ ଅନୁମତି ଦେଇ ନାହାନ୍ତି ବୋଲି କହିଥିଲେ । ଟେଣ୍ଡର ଫିକ୍ସିଂରେ ନିର୍ଦ୍ଦିଷ୍ଟ ଜଣେ ଠିକାଦାର ଦ୍ଵାରା ଦୀର୍ଘ ୫ ବର୍ଷ ହେଲା ଭୁବନ ସହର ସାରା କୋଟି କୋଟି ଟଙ୍କାର ପାଇପ ବିଛା କାର୍ଯ୍ୟ ଚାଲିଛି । କିନ୍ତୁ, ଅର୍ଦ୍ଧାଧିକ ଲୋକ ପାଣି ପାଉନାହାନ୍ତି । ପାନୀୟ ଜଳ ଯୋଗାଣରେ ନିର୍ଦ୍ଦିଷ୍ଟ ସମୟ ରହୁନି କି ଯେତେବେଳେ ପାଣି ଚାଲୁଛି ଖୁବ୍ କମ୍ ସ୍ପିଡ୍ ରେ ଚାଲୁଥିବାରୁ ମନ୍ଦେ ମନ୍ଦେ ପାଣି ଯାଉଛି । କେବଳ ଠିକାଦାର ପୋଷା ନୀତିରେ ମାସକୁ ଲକ୍ଷାଧିକ ଟଙ୍କାରେ ଟ୍ୟାଙ୍କର ଯୋଗେ ପାଣି ଯୋଗାଣ ହେଉଛି । କେଉଁ ଅଦୃଶ୍ୟ ଶକ୍ତି ବା ଚାପ ବଳରେ ଯନ୍ତ୍ରୀ ଜଣକ ଏଠାରେ ଦୀର୍ଘ ୧୫ ବର୍ଷ ହେଲା ରହିଛନ୍ତି ଆଉ ବାରମ୍ବାର ଦାବି ଆପତ୍ତି ଅଭିଯୋଗ ସତ୍ବେ ବିଭାଗୀୟ ଅଧିକାରୀ ତାଙ୍କୁ ବଦଳି କରୁନାହାନ୍ତି କାହିଁକି ତାହା ବୁଝାପଡୁନାହିଁ ।

ସୂଚନାଯୋଗ୍ୟ ଯେ, ୧୯୭୨ ମସିହାରେ ଭୁବନ ଏନଏସି ଗଠନ ହେବା ପରେ ଜନସ୍ବାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ ଖୋଲାଯାଇଥିଲା ଓ ସେତେବେଳେ ମାତ୍ର ୩୦୦ କଞ୍ଜୁମର ଥିବାବେଳେ ବର୍ତମାନ ୫୦୦୦ ରୁ ଉର୍ଦ୍ଧ୍ବ କଞ୍ଜୁମର ଅଛନ୍ତି । କିନ୍ତୁ, ଆବଶ୍ୟକ ଅନୁଯାୟୀ ପାନୀୟ ଜଳ ପାଉନାହାନ୍ତି । ଏଥିପାଇଁ ଗତ ଅପ୍ରେଲ ମାସ ୧୨ ତାରିଖରେ ପ୍ରାୟ ୨୪ କୋଟି ଟଙ୍କା ବ୍ୟୟରେ ବୃହତ୍ ପ୍ରକଳ୍ପ ପାଇଁ ଶିଳାନ୍ୟାସ କରାଯାଇଥିଲା ।

Leave a Reply

Your email address will not be published. Required fields are marked *