
ଢେଙ୍କାନାଳ: ମର୍ମନ୍ତୁଦ ସଡକ ଦୁର୍ଘଟଣା। ଅଟୋକୁ ଧକା ଦେଲା ଟ୍ରକ। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଏନଏଚ୍ ୫୩ନଂ ମୁକ୍ତାପଶି ଗ୍ରାମ ନିକଟରେ ଦୁର୍ଘଟଣା। ତେବେ ଏହି ଦୁର୍ଘଟଣାରେ ଜଣେ ନାବାଳକ ସମେତ ୫ ମୃତ୍ୟୁ। ସମସ୍ତ ମୃତକ ହେଲେ କାମାକ୍ଷାନଗର ଥାନା ବାଙ୍ଗୁରା ଗ୍ରାମର ହୋଇଥିବା ସୂଚନା। ତେବେ ଟ୍ରକ ଚାଳକ ଘଟଣାସ୍ଥଳରୁ ଟ୍ରକ ଛାଡି ଫେରାର ହୋଇଛି। ପରେ ଘଟଣା ସ୍ଥଳରେ ଉତ୍ତେଜନା ଦେଖା ଦେଇଥିବା ସୂଚନା ମିଳିଛି। ମୃତକଙ୍କ ପରିବାର ଲୋକଙ୍କୁ ସହୟତା ରାଶି ଦେବା ପାଇଁ ସରକାରଙ୍କ ପାଖରେ ଦାବି କରିବା ସହ ଟ୍ରକ ଚାଳକକୁ ତୁରନ୍ତ ଗିରଫ କରାଯାଉ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ରାଜ୍ୟ ସରକାରଙ୍କ ତରଫରୁ ମୃତକଙ୍କ ପରିବାରକୁ ଏକ ଲକ୍ଷଟଙ୍କାର ରାଶି ଦିଆଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ମିଳିଛି। ଘଟଣା ସ୍ଥଳରେ ପୋଲିସ ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରି ଉତ୍ତେଜନାକୁ ଆୟତ୍ତ କରିଥିଲେ।