କନ୍ଧମାଳ: କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ଆଦର୍ଶ ଥାନା ଏସଆଇ ସ୍ୱାଗତିକା ବେହେରାଙ୍କ ଆତ୍ମହତ୍ୟା ଘଟଣା। ପରିବାର ପକ୍ଷରୁ ଜି,ଉଦୟଗିରି ପୁଲିସ ଆଇ.ଆଇ.ସି ରେବତି ଶବରଙ୍କ ନାଁରେ ଏତଲା। ମାନସିକ ଭାବେ ନିର୍ଜାତନା ଦେଉଥିବା ଅଭିଯୋଗ ଆଣିଲେ ପରିବାର ଲୋକ। ମାନସିକ ନିର୍ଯ୍ୟାତନା ସହ୍ୟ ନକରିପାରି ଏସ.ଆଇ ସ୍ୱାଗତିକା ଆତ୍ମହତ୍ୟା କରିଥିବା ନେଇ ଏକ ଲିଖିତ ଏଫ୍ଆଇଆର୍ ପରିବାର ପକ୍ଷରୁ ଦିଆଯାଇଛି। ତେବେ ଏସ୍.ଆଇ ସାଗରିକାଙ୍କ ପରିବାର ଜି.ଉଦୟଗିରି ଗାନ୍ଧିଛକ ଠାରୁ ସାଗରିକାଙ୍କ ଫୋଟଚିତ୍ର ହାତରେ ଧରି ଏକ ଶାନ୍ତି ଶୋଭାଯାତ୍ରାରେ କରିଛନ୍ତି। ଆଇ,ଆଇ,ସି ରେବତି ସବରକୁ ଗିରଫ୍ ସହ ଆରେଷ୍ଟ କରି ନ୍ୟାୟ ଦେବାନେଇ ଶୋଭାଯାତ୍ରାରେ ଥାନା ଆଡକୁ ଯାଉଥିବା ଦେଖିବାକୁ ମିଳିଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now