ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଳକ କେଶୁଦୁରାପାଳ ଗାଁରେ ଜମୁଛି ନିଆରା ବାଲିଯାତ୍ରା । ଦୀର୍ଘ ୧୭ ବର୍ଷ ହେବ ସ୍ଥାନୀୟ ଗ୍ରାମବାସୀ ଓ ଯୁବକମାନଙ୍କ ସହଯୋଗରେ ଏହି ଯାତ୍ରା ପାଳିତ ହୋଇଆସୁଛି । ସନ୍ଧ୍ୟା ହେଲେ ବାଲିଯାତ୍ରା ବୁଲିବା ସହ ଘରକରଣା ଜିନିଷ ଏବଂ ଚଟପଟା ଖାଦ୍ୟର ମଜା ନେଉଛନ୍ତି ଲୋକେ ।…
କେନ୍ଦୁଝର ଜିଲ୍ଲା ଘସିପୁରା ଶୈଲଙ୍ଗ ଛକ ଠାରୁ ୧୬ କି.ମି. ଦୂରରେ ଅନୁଷ୍ଠିତ ହେଉଛି କେଶୁଦୂରାପାଳର ବାଲିଯାତ୍ରା । ଏହି ଯାତ୍ରା ଦେଖିବା ପାଇଁ ଆଖପାଖ ଗାଁ ସମେତ ବାହାର ଜିଲ୍ଲାରୁ ଲୋକଙ୍କ ସୁଅ ଛୁଟୁଛି। ଅଧିକାଂଶ ସ୍ଥାନୀୟ ଦୋକାନୀ କଟକ ବାଲିଯାତ୍ରାରେ ଦୋକାନ କରିଥିବାରୁ ଏଠାରେ କଟକ ବାଲିଯାତ୍ରା ପରେ ପରେ ମେଳା ବସିଥାଏ । ସେହି ଦୋକାନୀ ମାନେ ଆସି ଏଠାରେ ବେପାର କରିଥାନ୍ତି ।
ସଞ୍ଜ ନଇଁଲେ ଯାତ୍ରାରେ ଲୋକମାନଙ୍କର ଭିଡ ଜମେ । ବିଭିନ୍ନ ଘରକରଣା ସାମଗ୍ରୀ କିଣିବା ସହ ଚଟପଟା ଖାଦ୍ୟର ମଜା ଉଠାଉଛନ୍ତି ଲୋକେ । ଛୋଟ ପିଲାଙ୍କ ପାଇଁ ଦୋଳିର ବ୍ୟବସ୍ଥା ମଧ୍ୟ କରାଯାଇଛି। ଏପରିକି ବୁଲାବୁଲି କରିବା ପରେ ଅପେରାର ମଜା ନେଉଛନ୍ତି ଦର୍ଶକ। ଚଳିତବର୍ଷ ଯାତ୍ରା ୭ ଦିନ ଧରି ଅନୁଷ୍ଠିତ ହେବାକୁ ଥିବାବେଳେ ଏଥର ଭଲ ବେପାର ହେବ ବୋଲି କହିଛନ୍ତି ବ୍ୟବସାୟୀ…
ବର୍ଷକୁ ଥରେ ଅନୁଷ୍ଠିତ ଏହି ବାଲିଯାତ୍ରାକୁ ଉପଭୋଗ କରିବାକୁ ଲୋକମାନେ ଚାତକ ପରି ଅପେକ୍ଷା କରିଥାନ୍ତି ।
ଅମୂଲ୍ୟ ଜେନାଙ୍କ ରିପୋର୍ଟ
Naxatra News is now on Whatsapp
Join and get latest news update delivered to you via whatsapp
Join Now