ବ୍ରହ୍ମପୁର:: ଚର୍ଚ୍ଚିତ ଦୀପିକା ଦିନେଶ ବିବାଦରେ ନୂଆ ମୋଡ଼ । ଦିନେଶର ଜାମିନ ଖାରଜ କରିବା ଓ ପୁଅକୁ ବାପର ପରିଚୟ ଓ ସ୍ତ୍ରୀର ଅଧିକାର ପାଇଁ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ଦୀପିକା । କେବଳ ସେତିକି ନୁହେଁ ନ୍ୟାୟ ପାଇଁ ମହିଳା କମିଶନରେ ଦ୍ୱିତୀୟଥର ପାଇଁ ହାଜର ହୋଇଛନ୍ତି ଦୀପିକା ଓ ଦିନେଶଙ୍କ ଓକିଲ । ଆଲୋଚନା ରେ ଉଭୟ ସନ୍ତୁଷ୍ଟ ଥିବାବେଳେ, ଖୁବଶୀଘ୍ର ସମାଧାନ ଆଶାରେ ଉଭୟପକ୍ଷ।
ଦୀପିକା ଦିନେଶ ପାରିବାରିକ ବିବାଦରେ, ବାହାରିପାରେ ସମାଧାନର ବାଟ। ହାଇକୋର୍ଟ ରେ ହଜାର ହେଲେ ଦୀପିକା ଏହାସହ ମହିଳା କମିଶନରେ ଦ୍ୱିତୀୟ ଥର ପାଇଁ ହଜାର ହେଲେ ଦୀପିକା ଓ ଦିନେଶଙ୍କ ଓକିଲ । ଆଜିର ଆଲୋଚନାରେ ଉଭୟ ପକ୍ଷ ହେଲେ ସନ୍ତୁଷ୍ଟ । ପୁଅକୁ ବାପାର ପରିଚୟ ଓ ସ୍ତ୍ରୀର ଅଧିକାର ପାଇଁ ଲଢେଇ କରୁଥିବା ବ୍ରହ୍ମପୁରର ଝିଅ ଦୀପିକା ଏବେ ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି। ଦିନେଶଙ୍କ ଜାମିନ ଖାରଜ ପାଇଁ କୋର୍ଟରେ ପ୍ରାର୍ଥନା କରିଛନ୍ତି ଦୀପିକା। ଦୀପିକାଙ୍କୁ ଦୁଷ୍କର୍ମ ମାମଲାରେ ଜେଲ ଦଣ୍ଡ ପାଇବା ପରେ ଜାମିନରେ ଅଛନ୍ତି ଦିନେଶ। ମାମଲାର ତୁରନ୍ତ ଶୁଣାଣି ପାଇଁ ଦୀପିକା ଆବେଦନ କରିଛନ୍ତି । ଏପଟେ ମହିଳା କମିସନଙ୍କ ନିକଟରେ ଆଜି ପାଖାପାଖି ୨ ଘଣ୍ଟାର ଆଲୋଚନା ପରେ ଦୀପିକା ନିଜ ପ୍ରତିକ୍ରିୟା ରଖିଛନ୍ତି । ଭଲ ଆଲୋଚନା ହୋଇଛି। ଉଭୟ ପକ୍ଷ ଆଲୋଚନାରେ ଖୁସି। ଖୁବ୍ ଶୀଘ୍ର ସମାଧାନର ବାଟ ବାହାରିବ ବୋଲି ଆଶା କରିଛନ୍ତି ଦୀପିକା। କିନ୍ତୁ ନ୍ୟାୟ ନମିଳିବା ଯାଏ ଧାରଣରୁ ବସିରହିବେ ବୋଲି ସ୍ପଷ୍ଟ କରିଛନ୍ତି । ଅନ୍ୟପଟେ ପରିବାର ସଦସ୍ୟଙ୍କ ଦେହ ଖରାପ କାରଣ ଦର୍ଶାଇ ଦିନେଶ ପୁଣି ଅନୁପସ୍ଥିତ ରହିଛନ୍ତି । ଯାହା ଏହି କମିଶନର ଙ୍କ ପାଖରେ ପକ୍ଷ ରଖିଥିଲେ ଦିନେଶ ଙ୍କ ଓକିଲ । ଅନ୍ୟପଟେ ଆଲୋଚନା ପାଇଁ ଆଉ ଏକ ତାରିଖ ପାଇଁ ନିବେଦନ କରିଛନ୍ତି ଦିନେଶଙ୍କ ଓକିଲ ।
ପ୍ରେମିକ କେ.ଦିନେଶଙ୍କ ଘର ଆଗରେ ୭୦ ଦିନରୁ ଅଧିକ ଦିନ ହେଲା ସ୍ତ୍ରୀର ମାନ୍ୟତା ଦାବିରେ ଦୀପିକା ଧାରଣାରେ ବସିଛନ୍ତି। ଏହି ବିବାଦ ଏବେ ରାଜ୍ୟ ବ୍ୟାପି ଚର୍ଚ୍ଚା ପାଲଟିଛି। ତେବେ ସ୍ବାମୀଙ୍କ ଫେରି ପାଇବା ଲକ୍ଷ୍ୟରେ ଶୁକ୍ରବାର ଦ୍ବିତୀୟଥର ମହିଳା କମିଶନଙ୍କ ସମ୍ମୁଖରେ ହାଜର ହୋଇଛନ୍ତି ଦୀପିକା। ତେବେ କମିଶନର ସନ୍ତୁଷ୍ଟ ଥିବା ବେଳେ, ସମାଧାନ ପାଇଁ ଆଉ ଏକ ତାରିଖ ଘୋଷଣା କରିଛନ୍ତି । ପରବର୍ତ୍ତୀ ଆଲୋଚନା ହିଁ ଫାଇନାଲ ଆଲୋଚନା ହୋଇପାରେ! ସେହି ଆଲୋଚନାରେ ଯାହା ନିଷ୍ପତି ହେବ ତାହା ଦୁଇଜଣଙ୍କ ପାଇଁ ଭଲ ହେବ ବୋଲି ପ୍ରତିକ୍ରିୟା ରଖିଛନ୍ତି ମହିଳା କମିଶନ ।
ସିମ୍ପୁଲ ନାୟକଙ୍କ ରିପୋର୍ଟ
Naxatra News is now on Whatsapp
Join and get latest news update delivered to you via whatsapp
Join Now