ସାଳନ୍ଦୀ ଡିଗ୍ରୀ କଲେଜର ପ୍ରୋଜେକ୍ଟ ଫିକୁ ନେଇ ବିବାଦ, ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଅତିରିକ୍ତ ଜିଲାପାଳଙ୍କୁ ଭେଟିଲେ

ଭଦ୍ରକ : ଭଦ୍ରକ ପୌରା ଳ ଅଧୀନ ଉ ରବାହିନୀସ୍ଥିତ ସାଳନ୍ଦୀ ଡିଗ୍ରୀ ମହାବିଦ୍ୟାଳୟରେ ପ୍ରୋଜେକ୍ଟ ଫି କୁ ନେଇ ଛାତ୍ର ଅଶାନ୍ତ ଦେଖାଦେଇଛି । ପ୍ରୋଜେକ୍ଟ ଫି ବାବଦରେ କଲେଜ କ ର୍ୃପକ୍ଷ ଅଧିକ ଅର୍ଥ ଦାବି କରୁଥିବା ନେଇ ମହାବିଦ୍ୟାଳୟର କେତେକ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଅତିରିକ୍ତ ଜିଲାପାଳ ରାମଦାସ ଟୁଡୁଙ୍କୁ ଭେଟି ଆଜି ଏକ ଲିଖିତ ଅଭିଯୋଗ ପତ୍ର ଦେଇଛନ୍ତି । ଏହି ଅଭିଯୋଗ ପତ୍ରରେ ଦର୍ଶାଯାଇଛି ଯେ ଫକୀର ମୋହନ ବିଶ୍ୱବିଦ୍ୟାଳୟର ନିଦେ୍ର୍ଦଶ ଅନୁଯାୟୀ ପ୍ରୋଜେକ୍ଟ ଫି ବାବଦରେ ୧୦୦ ଟଙ୍କା ନେବା କଥା । କିନ୍ତୁ କଲେଜ କ ର୍ୃପକ୍ଷ ୭୦୦ ଟଙ୍କା ଆଦାୟ କରୁଛନ୍ତି । ଛାତ୍ରମାନେ ଏହି ଅନିୟମିତତା ସଂପର୍କରେ ପ୍ରତିବାଦ କରିବାରୁ ଛାତ୍ରଛାତ୍ରୀମାନଙ୍କୁ ଫେଲ ହେବାର ଧମକ ଦିଆଯାଉଛି ବୋଲି ଦାବିପତ୍ରରେ ଦର୍ଶାଯାଇଛି । ଏହି ଅନିୟମିତତା ସଂପର୍କରେ ତଦନ୍ତ କରି ଆଇନଗତ କାର୍ଯ୍ୟାନୁଷ୍ଠାନ କରିବାକୁ ଛାତ୍ରଛାତ୍ରୀମାନେ ଦାବି କରୁଛନ୍ତି । ଅପରପକ୍ଷରେ ସାଳନ୍ଦୀ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷା ଏହି ଅଭିଯୋଗ ସଂପର୍କରେ କୁହନ୍ତି ଏ ପ୍ରକାର ଅଭିଯୋଗ ଲିଖିତ ଆକାରରେ ତାଙ୍କ ନିକଟକୁ ଆସିନାହିଁ । ତେବେ ସୋସିଆଲ ମିଡିଆରେ ଜାଣିବା ପରେ ଏହି ଅଭିଯୋଗକୁ ନେଇ ସଂପୃକ୍ତ ବିଭାଗ ଗୁଡିକର ମୁଖ୍ୟମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି ବୋଲି ଅଧ୍ୟକ୍ଷା ଶ୍ରୀମତୀ ନାୟକ ଆମ  ପ୍ରତିନିଧିଙ୍କୁ କହିଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *