କୋରାପୁଟ କେନ୍ଦ୍ର ସମବାୟ ବ୍ୟାଙ୍କର ଜିଲା ସ୍ତରୀୟ ସମୀକ୍ଷା ବୈଠକ

Spread the love

ଜୟପୁର : କୋରାପୁଟ କେନ୍ଦ୍ର ସମବାୟ ବ୍ୟାଙ୍କର ମୁଖ୍ୟ କାଯ୍ୟାଳୟରେ ଜିଲାସ୍ତରୀୟ ସମିକ୍ଷା ବୈଠକ ଅନୁଷ୍ଟିତ ହୋଇଛି  । ଏହି ସମିକ୍ଷା ବୈଠକରେ କୋରାପୁଟ କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ଇଶ୍ୱର ଚନ୍ଦ୍ର ପାଣିଗ୍ରାହୀ ଉପସ୍ଥିତ ରହି ସଭାପତିତ୍ୱ କରିଥିଲେ  । ଏଥିରେ ବ୍ୟାଙ୍କର ବରିଷ୍ଠ ନିଦେ୍ର୍ଦଶକ ରମାକାନ୍ତ ରାଉଳ, ରାଜ୍ୟ ସମବାୟ ବ୍ୟାଙ୍କର ନିଦେ୍ଦଷକ ଜଗନ୍ନାଥ ନୁନ୍ଦ୍ରୁକା, ଡିଆରସିଏସ ସିଏଚ  ପ୍ରଭାନୀ ପ୍ରସାଦ, ଏଆରସିଏସ ଲକ୍ଷ୍ମୀ ଧର ରାଉତ, ବ୍ୟାଙ୍କର ସମ୍ପାଦକ କୃଷ୍ଣ ଚନ୍ଦ୍ର ଜାନି, ବରିଷ୍ଠ ଅଧିକାରି ହରି ହର ତ୍ରିପାଠି, ଅରୁଣ କୁମାର ସାହୁ. ଲ୍ୟାମ୍ପ ଓ ବ୍ୟାଙ୍କ ୟୁନିୟନର ସଭାପତି ଦିଗାମ୍ବର ନାୟକ ଉପସ୍ଥିତ ଥିଲେ  । ଉକ୍ତ ସଭାରେ ସମବାୟ ଆନେ୍ଦାଳନକୁ ଜିଲାରେ ଅଧିକ କ୍ରିୟାଶିଳ କରି ଚାଷ ଓ ଚାଷୀର ଉନ୍ନତିରେ ସମବାୟ ସଂସ୍ଥାର ସହଭାଗିତା ସୁନିଶ୍ଚିତ କରିବା ପାଇ ତଥା ଓଡିଶା ରାଜ୍ୟ ସରକାରଙ୍କ କୃଷି ଓ କୃଷକର ଉନ୍ନତି ପାଇ ପ୍ରଣିତ ବିଭିନ୍ନ ଯୋଜନା ଗୁଡିକ କାଯ୍ୟକାରି କରିବା ପାଇଁ ଆଲୋଚନା କରାଯାଇଥିଲା  । ଗତ ରବି ଋୁତୁରେ ଶେଷ୍ଠ ପ୍ରଦର୍ଶନ କରିଥିବା ସେମିଳିଗୁଡା ବ୍ରାଂଚ ମ୍ୟାନେଜର ସୁରେନ୍ଦ୍ର ନାଥ ନାୟକ, ପଟ୍ଟାଙ୍ଗି ଲ୍ୟାମ୍ପ ପରିଚାଳନା ନିଦେ୍ଦଷକ ଦିଗାମ୍ବର ନାୟକ, ବୋରିଗୁମ୍ମା ବ୍ରାଂଚ ଇନଚାର୍ଜ ପି. ହର ପ୍ରସାଦ ରାଓ ତଥା ସମଗ୍ରୀକ ଶ୍ରେଷ୍ଟ ପ୍ରଦର୍ଶନ ପାଇ ବୋରିଗୁମ୍ମା ବ୍ରାଂଚ ମ୍ୟାନେଜର ମନୋଜ କୁମାର ଦାସଙ୍କ ପୁରସ୍କାର ପ୍ରଦାନ କରାଯାଇଥିଲା  । ଏହି ବୈଠକରେ କୋରାପୁଟ ଜିଲା କେନ୍ଦ୍ର ସମବାୟ ବ୍ୟାଙ୍କର ୨୦ଟି ଲ୍ୟାମ୍ପର ନବନବାଚିତ ସଭାପତି ଓ ପରିଚାଳନା ନିଦେ୍ର୍ଦଶକ, ସମସ୍ତ ଶାଖା ପରିଚାଳକ ଉପସ୍ଥିତ ଥିଲେ  ।

Leave a Reply

Your email address will not be published. Required fields are marked *