ଡଃ ନୃସିଂହାନନ୍ଦ ମହାପାତ୍ର ପାଇଲେ ବିବେକାନନ୍ଦ ଜାତୀୟ ପୁରସ୍କାର

Spread the love

କନ୍ଧମାଳ : କନ୍ଧମାଳର ଜଣାଶୁଣା ସାହିତ୍ୟିକ ତଥା ଶିକ୍ଷାବିତ୍ ଡଃ. ନୃସିଂହାନନ୍ଦ ମହାପାତ୍ରଙ୍କୁ ସମତା ଜାତୀୟ ସାହିତ୍ୟ ଅନୁଷ୍ଠାନ ନୂଆଦିଲ୍ଲୀ ତରଫରୁ ବିବେକାନନ୍ଦ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି । ନୂଆଦିଲ୍ଲୀ ସ୍ଥିତ ଗୋଲ ମାର୍କେଟ ବଙ୍ଗ ସାଂସ୍କୃତିକ ଭବନ ପରିସରରେ ଆୟୋଜିତ ସମତା ସାହିତ୍ୟ ଜାତୀୟ ସମ୍ମିଳନୀରେ ଉପଢୌକନ, ମାନପତ୍ର ଦେଇ ବରେଣ୍ୟ ଅତିଥି ମାନେ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଭାରତୀୟ ଦର୍ଶନ ଶାସ୍ତ୍ର ଉପରେ ବିଭିନ୍ନ ପୁସ୍ତକ ଲେଖିଥିବା ଯୋଗୁଁ ତାଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି ।

କାର୍ଯ୍ୟକ୍ରମରେ ଅନୁଷ୍ଠାନର ଜାତୀୟ ସଭାପତି ଡଃ. ଟିଏସ ଟେଣ୍ଡରକର, ବିଭିନ୍ନ ରାଜ୍ୟର ରାଜ୍ୟ ସଭାପତିଙ୍କ ସମେତ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ବହୁ ପ୍ରଫେସର ଉପସ୍ଥିତ ଥିଲେ ।

ଡଃ. ମହାପାତ୍ର ଜଣେ ସୁସହିତ୍ୟିକ, ସଂଗଠକ, ଶିକ୍ଷାବିତ୍‌, ସମାଜସେବୀ ଭାବେ କନ୍ଧମାଳରେ ବେଶ୍ ପରିଚିତ । ସେ କମଳା ପ୍ରକାଶିନୀର ପ୍ରତିଷ୍ଠାତା ସମ୍ପାଦକ ଅଛନ୍ତି । ଏହା ସହିତ ସମ୍ବାଦ ସାହିତ୍ୟ ଘର, ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଜିଲ୍ଲା ଲେଖକ ସାମ୍ମୁଖ୍ୟ, ନିରଞ୍ଜନ ବେଦାନ୍ତ ସେବା ସମିତି, ରୋଟାରୀ କ୍ଲବ୍ ପ୍ରଭୃତି ଅନୁଷ୍ଠାନ ସହ ଜଡ଼ିତ ଅଛନ୍ତି । ଓଡ଼ିଶାର ବିଭିନ୍ନ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନର ସେ କାର୍ଯ୍ୟକର୍ତା ରହିଥିବା ବେଳେ ବିଭିନ୍ନ ଅନୁଷ୍ଠାନ ତରଫରୁ ବହୁ ସମ୍ମାନରେ ସମର୍ଦ୍ଧିତ ହୋଇଛନ୍ତି । ତାଙ୍କର କୋଡ଼ିଏରୁ ଉର୍ଦ୍ଧ୍ୱ ପୁସ୍ତକ ରଚିତ ଓ ପ୍ରକାଶିତ ହୋଇ ବେଶ୍ ପାଠକୀୟ ଆଦୃତି ଲାଭ କରିଛି । ତାଙ୍କର ଏହି ସମ୍ମାନ ପାଇଁ ବିଭିନ୍ନ ସାହିତ୍ୟିକ ଓ ବୁଦ୍ଧିଜୀବୀମାନେ ଶୁଭେଚ୍ଛା ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *