ଭୁବନେଶ୍ବର: ଦୁଇଦିନ ହେଲା ସାରା ରାଜ୍ୟର ଜାତୀୟ ରାଜ୍ୟପଥ ଓ ରାଜ୍ୟ ରାଜପଥରେ ଡ୍ରାଇଭରମାନଙ୍କର ଆନ୍ଦୋଳନ ଜାରିରହିଛି । ଡ୍ରାଇଭରମାନଙ୍କର ଷ୍ଟ୍ରିଅରିଂ ଛାଡ ଆନ୍ଦୋଳନରେ ସାଧାରଣ ଲୋକେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗୁରୁବାର ଦିନ ଠାରୁ ଅନେକ ଅଞ୍ଚଳରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି । ରାଜଧାନୀ ଭୁବନେଶ୍ୱର ମଧ୍ୟ ଏଥିରୁ ବର୍ତ୍ତି ଯାଇନି। ଦୁଇଦିନ ହେବ ପେଟ୍ରୋଲ ପମ୍ପ ଓ ପରିବା ହାଟରେ ନାହିଁ ନଥିବା ଭିଡ ଦେଖିବାକୁ ମିଳୁଛି । ପେଟ୍ରୋଲ ସରିବା ଭୟରେ ଲୋକେ ପେଟ୍ରୋଲ ପମ୍ପରେ ଲମ୍ବା ଲାଇନରେ ଛିଡା ହେଉଥିବା ବେଳେ ପରିବା ହାଟରେ ମଧ୍ୟ ବହୁ ଜନଗହଳି ଦେଖିବାକୁ ମିଳୁଛି ।
ଡ୍ରାଇଭରମାନଙ୍କ ଆନ୍ଦୋଳନ ଯୋଗୁ ତେଲ ଟ୍ୟାଙ୍କର ଓ ଅନ୍ୟ ପରିବା ବୋଝେଇ ଗାଡି ମଧ୍ୟ ଯାଇ ଆସି ପାରୁନି। ସେଥିପାଇଁ ଲୋକଙ୍କ ମନରେ ଡର ଘାରିବାରେ ଲାଗିଛି । ତେବେ ତେଲ ଗାଡିକୁ ଛଡାନଗଲେ ଆଗକୁ ସମସ୍ୟା ଉପୁଜିବା କଥା ପେଟ୍ରୋଲ ଡିଲର ସଂଘ କହିଛନ୍ତି । ଅନ୍ୟପକ୍ଷେ ଆସି ପାରୁନଥିବା ପରିବା ଗାଡିରେ ମଧ୍ୟ ପରିବା ନଷ୍ଟ ହେବା ଆରମ୍ଭ କଲାଣି ।
ଦେଶରେ ପ୍ରାୟ ଦୁଇ ଲକ୍ଷ ଆନ୍ଦୋଳନକାରୀ ଡ୍ରାଇଭର ରାଜରାସ୍ତାରେ 10 ଦାବି ପୂରଣ ନିମନ୍ତେ ଅନ୍ଦୋଳନ କରୁଥିବା ବେଳେ କାଲି ସରକାରଙ୍କ ପକ୍ଷରୁ ଦାବି ପୂରଣ ନିମନ୍ତେ ଲିଖିତ ପ୍ରତିଶୃତି ମିଳିଛି । ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା ଡ୍ରାଇଭର ସଂଘକୁ ଲିଖିତ ଭାବେ ପ୍ରତିଶ୍ରୁତି ଦେଇଥିବା ବେଳେ ସେମାନଙ୍କ ଦାବି ପୂରଣ ପାଇଁ 3 ମାସ ସମୟ ମାଗିଛନ୍ତି । ତେବେ ଏବେ ଡ୍ରାଇଭର ସଂଘର ପରବର୍ତ୍ତୀ ପଦକ୍ଷେପ କଣ ହେବ ତାହା ଏପର୍ଯ୍ୟନ୍ତି ଜଣା ପଡିନି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now