ଡ୍ରାଇଭର ବନାମ ଡ୍ରାଇଭର

Spread the love

() ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ ଆନ୍ଦୋଳନ ଜାରି ରହିଥିବା ବେଳେ ସେପଟେ ଆନ୍ଦୋଳନରୁ ଓହରିଛି ଅଟୋ ଡ୍ରାଇଭର ସଂଘ । ଅନ୍ୟପଟେ ତମାଣ୍ଡୋ ଠାରେ ଡ୍ରାଇଭରମାନଙ୍କୁ ଭେଟି ଆଲୋଚନା କରିଛନ୍ତି କଂଗ୍ରେସ ବିଧାୟକ ଏବଂ ବିଜେପି ବିଧାୟକ ଟିମ । ତେବେ ସରକାର ତୁରନ୍ତ ଏଦିଗରେ ଦୃଷ୍ଟି ଦେଇ ଦାବୀ ପୂରଣ କରିଲେ ପରିସ୍ଥିତି ସ୍ବାଭାବିକ ହୋଇପାରିବ ।

୧୦ ଦଫା ଦାବି ନେଇ ସାରା ରାଜ୍ୟରେ ଜାରି ରହିଛି ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ ଆନ୍ଦୋଳନ।  ଭୁବନେଶ୍ବର କଟକରୁ ଆରମ୍ଭ କରି ଢେଙ୍କାନାଳ, ବାଲେଶ୍ବର, ଆଉ ପୁରୀରୁ ଭଦ୍ରକ, ତାଳଚେର ସବୁଠି ଚାଲିଛି ଆନ୍ଦୋଳନ । ରାଜ୍ୟ ସରକାର ଙ୍କ ସହ ଆଲୋଚନା ବିଫଳ ହେବା ପରେ ଧାରଣାରେ ବସିଛନ୍ତି ଡ୍ରାଇଭର । ତେବେ ଆନ୍ଦୋଳନ ପାଇଁ ଜିଲ୍ଲାରେ ବସ ଚଳାଚଳ ବାଧାପ୍ରାପ୍ତ ହୋଇଛି । କିନ୍ତୁ ଆମ୍ବୁଲାନ୍ସ, ପୋଲିସ, ସ୍କୁଲ, ଇତ୍ୟାଦି ଜରୁରୀକାଳୀନ ସେବାଯୁକ୍ତ ଗାଡିକୁ ଛାଡିଦିଆଯାଉଛି l ତେବେ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି କହିଛନ୍ତି ଡ୍ରାଇଭର ସଂଘ। ସେପଟେ ଜୟପୁର ସହରରେ ଆନ୍ଦୋଳନ ଉଗ୍ର ରୂପନେଇଛି। ଆନ୍ଦୋଳନ ସମୟରେ ସହଯୋଗ କରୁନଥିବା ଡ୍ରାଇଭରଙ୍କୁ ପୋଲିସ ଉପସ୍ଥିତିରେ ମାଡ ମରିଥିବା ଅଭିଯୋଗ। ଘଟଣାରେ ୪ ଜଣ ଡ୍ରାଇଭରଙ୍କୁ  ଅଟକ ରଖିଛି ଟାଉନ ଥାନା ପୋଲିସ। ଯାହାକୁ  ପ୍ରତିବାଦ କରି ଶହ ଶହ ଡ୍ରାଇଭର ଜୟପୁର ଟାଉନ ଥାନା ଘେରାଓ କରିଥିଲେ। ସେପଟେ ଆସନ୍ତାକାଲି ଘରୋଇ ବସ ଚଳାଚଳ ବନ୍ଦ ନେଇ ଚେତାବନୀ ଦେଇଛି ସଂଘ। ଡ୍ରାଇଭର ଧର୍ମଘଟରେ ଆବଶ୍ୟକ ସୁରକ୍ଷା ପୋଲିସ ଯୋଗାଇ ଦେଇପାରିନଥିବା ବୈଠକ ରେ ଆଲୋଚନା ହୋଇଥିଲା। ଫଳରେ ଅନେକ ସ୍ଥାନ ରେ ଆନ୍ଦୋଳନକାରୀ ମାନେ ବସ ଚାଳକ ଓ ବସ ଉପରେ ଆକ୍ରମଣ କରୁଛନ୍ତି। ଯଦି ପ୍ରଶାସନ ଆବଶ୍ୟକ ସୁରକ୍ଷା ଯୋଗାଇନଦେବ ତେବେ ବସ ଚଳାଇବା ସମ୍ଭବ ହେବନାହିଁ। ତେବେ

ସେପଟେ ତମାଣ୍ଡୋ ଠାରେ ଚାଲିଥିବା ଡ୍ରାଇଭରଙ୍କ ଧର୍ମଘଟକୁ ସମର୍ଥନ କରିଛନ୍ତି ବିଜପି ଓ କଂଗ୍ରେସ । କଂଗ୍ରେସ ବିଧାୟକ ସୁର ରାଉତରାୟ ଡ୍ରାଇଭରଙ୍କୁ ଭେଟି ସେମାନଙ୍କ ସମସ୍ୟା ବିଷୟରେ ଆଲୋଚନା କରିଥିଲେ। ଅପରାହ୍ନରେ ବିଜେପି ବିଧାୟକ ନାଉରୀ ନାୟକଙ୍କ ନେତୃତ୍ବରେ ୪ଜଣିଆ ଟିମ୍ ଡ୍ରାଇଭରମାନଙ୍କ ସହ ଆଲୋଚନା କରିଛନ୍ତି ।  ଅନ୍ୟପଟେ ରାଜ୍ୟରେ ଡ୍ରାଇଭର ସଂଘର ଆନ୍ଦୋଳନ ପ୍ରସଙ୍ଗରେ ଟୁଇଟର ମାଧ୍ୟରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଡ୍ରାଇଭର ମାନଙ୍କର ସମାଜରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ତେଣୁ ଡ୍ରାଇଭର ବନ୍ଧୁ ମାନଙ୍କ ଦାବିକୁ ଗୁରୁତର ସହ ନେଇ ସମସ୍ତ  ଡ୍ରାଇଭର ସଂଘ  ସହ ଆଲୋଚନା କରି ସମାଧାନର ରାସ୍ତା ବାହାର କରିବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ।

ଅନ୍ୟପଟେ ଆନ୍ଦୋଳନ ପ୍ରତ୍ୟାହୃତ କରିଛି ସ୍ମାର୍ଟସିଟି ଅନଲାଇନ ଅଟୋ ସଂଘ । ଡିଜିପି ଓ ସିପିଙ୍କୁ ଭେଟି ଆଲୋଚନା କରିବା ପରେ ସଂଘର ନିଷ୍ପତ୍ତି   । ଡ୍ରାଇଭର ସଂଘକୁ ବିରୋଧ କରି ଧାରଣା ଦେଇଥିଲେ।  ସଂଘ କହିଛି, ଷ୍ଟିଅରିଂ ଛାଡ ଆନ୍ଦୋଳନ ବେଳେ ଧର୍ମଘଟ ନାଁରେ ଆନ୍ଦୋଳନକାରୀ ବିଶୃଙ୍ଖଳା କରୁଛନ୍ତି । ଅନଲାଇନ କ୍ୟାବ ଓ ଅଟୋ ମହାସଂଘ ଏହି ଆନ୍ଦୋଳନକୁ ସମର୍ଥନ କରୁନାହାନ୍ତି । କିଛି ସ୍ଥାନରେ ଅଟୋ ରିକ୍ସା ଚାଳକମାନେ ଦୁର୍ବ୍ୟବହାରର ଶିକାର ହେଉଛନ୍ତି । ଏହାର ପ୍ରତିବାଦରେ ମାଷ୍ଟରକ୍ୟାଣ୍ଟିନରୁ ଲୋୟର ପିଏମଜି ଓ ଜନପଥରେ ଅଟୋରିକ୍ସା ରଖି ଚାଳକମାନେ ଧାରଣାରେ ବସିଥିଲେ । ଗତକାଲି  112 ରେ ତ୍ରୁଟି ଥିବା  ହେତୁ ଅଟୋଚାଳକ  ମାନଙ୍କ ସମସ୍ୟାରେ  ପୋଲିସ ପହଁଚି  ପାରି ନଥିଲା l ଏ ଅସୁବିଧା  ଆଗକୁ  ହେବନି  ବୋଲି ପ୍ରତିଶୃତି ମିଳିବା ପରେ  ଆନ୍ଦୋଳନ ରୁ ଓହରିଛି  ସଂଘ l

ଗୋଟିଏ ପଟେ ଡ୍ରାଇଭର ମହାସଂଘ ନିଜ ଦାବି ପୂରଣ ଜିଦରେ ଅଟଳ ରହିଥିବା ବେଳେ ଅନ୍ୟପଟେ ଅଟୋ ସଂଘ ଆନ୍ଦୋଳନ ପ୍ରତ୍ୟାହୃତ କରିଛନ୍ତି । ତେବେ ସରକାର ଚାଡି ଚାଳକଙ୍କ ଦାବି ପୂରଣ ଲାଗି କଣ ପଦକ୍ଷେପ ଗ୍ରହଣ କରୁଛନ୍ତି ତାହାକୁ ଅପେକ୍ଷା।

Leave a Reply

Your email address will not be published. Required fields are marked *