ରଥଯାତ୍ରାରେ ଉଡ଼ାଇପାରିବେନି ଡ୍ରୋନ୍, ହେବ କଡା କାର୍ଯାନୁଷ୍ଠାନ, ପୁରୀ ପୋଲିସ ପକ୍ଷରୁ ସୂଚନା

Spread the love

ଭୁବନେଶ୍ୱର : ମହାପ୍ରଭୁଙ୍କ ରଥଯାତ୍ରା ସମୟରେ ଡ୍ରୋନ ଉଡା ଯାଇ ପାରିବ ନାହିଁ । ପୁରୀ ପୋଲିସ ପକ୍ଷରୁ ଟ୍ୱିଟ କରି ଏହି ସୂଚନା ଦିଆଯାଇଛି ।

ମିଳିଥିବା ସୂଚନା ଅନୁସାରେ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ସଂପନ୍ନ କରିବା ପାଇଁ ପ୍ରଶାସନ ତରଫରୁ ବ୍ୟାପକ ପଦକ୍ଷେପ ନିଆଯାଉଛି । ରଥଯାତ୍ରା ସମୟରେ ଯେପରିକି କୌଣସି ଅଘଟଣ ନଘଟେ, ସେଥିପାଇଁ ପ୍ରସ୍ତୁତି ଚାଲିଛି । ଏହା ପୂର୍ବରୁ ପୁରୀ ପୁଲିସ ଡ୍ରୋନ୍ ଉଡ଼ାଣ ଉପରେ କଟକଣା ଲାଗୁ କରିଛି । ପୁରୀ ପୁଲିସ ପକ୍ଷରୁ କୁହାଯାଇଛି ଯେ, ରଥଯାତ୍ରା ସମୟରେ ଅନେକ ଲୋକ ଡ୍ରୋନ୍ ସାହାଯ୍ୟରେ ମହାପ୍ରଭୁଙ୍କ ଫଟୋ ଓ ଭିଡିଓ ଉତ୍ତୋଳନ କରି ଭାରଇରାଲ କରିବାକୁ ଉଦ୍ଦେଶ୍ୟ ରଖିଥାନ୍ତି। ଏଭଳି କରାଯିବା ଦ୍ୱାରା ଭକ୍ତଙ୍କ ସୁରକ୍ଷା ପ୍ରତି ବିପଦ ରହିଛି । ତେଣୁ ଜଗନ୍ନାଥ ମନ୍ଦିର, ଶ୍ରୀଗୁଣ୍ଡିଚା ମନ୍ଦିର, ତିନି ରଥ, ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୨୦୨୩ ଜୁନ୍ ୨୦ ତାରିଖ (ରଥଯାତ୍ରା) ଠାରୁ ଜୁଲାଇ ୧ (ନିଳାଦ୍ରୀ ବିଜେ) ପର୍ଯ୍ୟନ୍ତ ପୁରୀ ସହର ବିଶେଷ ଭାବେ ଗ୍ରାଣ୍ଡରୋଡରେ ଡ୍ରୋନ୍ ଉଡାଇବା ନେଇ କଟକଣା ଜାରି ହୋଇଛି।

Leave a Reply

Your email address will not be published. Required fields are marked *