ମାତାଲ୍ ହୋଇ ରୋଗୀ ବେଡ଼ରେ ଶୋଇଛନ୍ତି ଡାକ୍ତର

ମାତାଲ ଡାକ୍ତରଙ୍କ ଉତ୍ପାତ। ଚିକିତ୍ସା କରିବା ବଦଳରେ ମାତାଲ ହୋଇ ଡ୍ୟୁଟି ରୁମରେ ଶୋଇଛନ୍ତି ଡାକ୍ତର। ଏଭଲି ଚିତ୍ର ଦେଖିବାକୁ ମିଳିଛି ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ବୁକୁରାମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ। ସ୍ଥାନୀୟ ଅଞ୍ଚଳବାସୀଙ୍କ ଅଭିଯୋଗ ଅନୁସାରେ ବୁକୁରାମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଡାକ୍ତର ନରେନ୍ଦ୍ର ତ୍ରିପାଠି ଡ୍ୟୁଟି ସମୟରେ ମଦ ପିଇ ଆସି ଚିକିତ୍ସା କରିଥାନ୍ତି ତେବେ ଆସିଥିବା ମହିଳା ମାନଙ୍କୁ ଖରାପ ବ୍ଯବହାର ପ୍ରଦର୍ଶନ କରିଥିଲେ ଏବଂ ରୋଗୀ ଚିକିତ୍ସା କରିବା ବଦଳରେ ଡ୍ୟୁଟି ରୁମରେ ଶୋଇଥାନ୍ତି ଏବଂ ଲୋକ ଏଭଳି ବ୍ଯବହାରକୁ ବାରଣ କଲେ ଗାଳିଗୁଲଜ ମଧ୍ଯ କରିଥାନ୍ତି ଡାକ୍ତର । ସରକାର ଚିକିତ୍ସା କ୍ଷେତ୍ରରେ ଉନ୍ନତ ଆଣିବା ପାଇଁ ବିଭିନ୍ନ ଯୋଜନା ମାନ କରୁଛନ୍ତି ହେଲେ ଏଭଲି ମାତାଲ ଡାକ୍ତରଙ୍କ ଠାରେ ଲୋକମାନେ ଚିକିତ୍ସିତ ହେବା ପାଇଁ ଭୟଭୀତ ହେଉଛନ୍ତି ରୋଗୀ |

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *