ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଲମ୍ବା ଧାଡ଼ି ବ୍ୟବସ୍ଥା ଯୋଗୁଁ ଭକ୍ତ କଲବଲ

Spread the love

ପୁରୀ : ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଆଜି ବଡ଼ଦାଣ୍ଡରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି । ଘଂଟା ଘଂଟା ଧରି ଧାଡିରେ ଛିଡା ହେବା ସହ ଭିଡ଼ରେ ଅଣନିଶ୍ୱାସୀ ହୋଇପଡିଛନ୍ତି ଭକ୍ତ । ପୁରୀ ଏସପି କେ. ବିଶାଲ ସିଂହଙ୍କ ଉପସ୍ଥିତିରେ ମାନବ ଶୃଙ୍ଖଳ କରି ଦର୍ଶନ ବ୍ୟବସ୍ଥା ହୋଇଥିଲେ ମଧ୍ୟ ଶୃଙ୍ଖଳିତ ହୋଇପାରୁନି ଦର୍ଶନ ବ୍ୟବସ୍ଥା । ଯାହାକୁ ନେଇ ଭକ୍ତ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଦର୍ଶନ ପାଇଁ ଦୂରଦୁରନ୍ତରୁ ଆସି ବ୍ୟାରିକେଡରେ ଲମ୍ବା ଧାଡିରେ ଘଂଟା ଘଂଟା ଧରି ଅପେକ୍ଷା କରିଥିବା ଶ୍ରଦ୍ଧାଳୁ ମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେହିପରି ଶ୍ରୀମନ୍ଦିର ଭିତରେ ବାହାର କାଠ ନିକଟରେ ଅଧିକ ଭକ୍ତ ଭିଡ଼ ଜମାଉଥିବାରୁ ପଛରେ ଥିବା ଭକ୍ତ ମାନେ ଶ୍ରୀଜୀଉଙ୍କ ଦର୍ଶନରୁ ବଂଚିତ ହେଉଛନ୍ତି । ମନ୍ଦିର ଭିତରେ ଧାଡ଼ିରେ ଦର୍ଶନ ବ୍ୟବସ୍ଥା ନଥିବାରୁ ଶ୍ରଦ୍ଧାଳୁ ମାନେ ଶ୍ରୀଜୀଉଙ୍କ ଦର୍ଶନ କରିପାରୁନଥିବା ଅଭିଯୋଗ ହେଉଛି ।  

ଅନ୍ୟପକ୍ଷରେ ଶ୍ରଦ୍ଧାଳୁଙ୍କ ପାଇଁ ଚାରି ଦ୍ୱାର ଦେଇ ପ୍ରବେଶ ଓ ପ୍ରସ୍ଥାନ ବ୍ୟବସ୍ଥା ନଥିବାରୁ ଏଭଳି ବିଶୃଙ୍ଖଳା  ସୃଷ୍ଟି ହୋଇଛି ବୋଲି ସହରବାସୀ ମତ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *