ଆଜିଠାରୁ ସମସ୍ତ ଶକ୍ତିପୀଠରେ ନବରାତ୍ର ପୂଜା ଆରମ୍ଭ

ଶାରଦୀୟ ଦୁର୍ଗା ପୂଜା ଅବସରରେ ଆଜିଠାରୁ ଆରମ୍ଭ ହୋଇଛି ନବରାତ୍ର ପୂଜା। ଏଥିଲାଗି ଚଳଚଞ୍ଚଳ ହୋଇଉଠିଛି ରାଜ୍ୟର ପ୍ରାୟ ସମସ୍ତ ଶକ୍ତିପୀଠ। ମାଆ କଟକ ଚଣ୍ତୀଙ୍କ ପୀଠରେ ଧୁମଧାମ ସହକାରେ ନବରାତ୍ର ପୂଜା ଚାଲିଛି। ନବରାତ୍ର ବ୍ରତ ଧାରଣ କରି ଭକ୍ତମାନେ ମାଆଙ୍କର ପୂଜାର୍ଚ୍ଚନା କରୁଛନ୍ତି। ୯ ଦିନରେ ମା ୯ଟି ରୂପରେ ଭକ୍ତଙ୍କୁ ଦର୍ଶନ ଦେବେ। ମାଆଙ୍କର ଏହି ମନୋରମ ବେଶକୁ ଦର୍ଶନ କରିବା ଲାଗି କାହିଁ କେତେ ଦୂରରୁ ଲକ୍ଷାଧିକ ଭକ୍ତ ଛୁଟି ଆସନ୍ତି। ସେପଟେ ଦୁର୍ଗାପୂଜାକୁ ଆଉ ମାତ୍ର ହାତ ଗଣତି କିଛିଟା ଦିନ ବାକି ରହିଛି। ମହାଳୟାରେ ପୂଜା ମଣ୍ଡପରେ ମାଆଙ୍କ ମୂର୍ତ୍ତିରେ ଖଡି ଲାଗି ପରେ ଆଜିଠୁ ରଙ୍ଗକାମ କରାଯାଉଛି। ବିଭିନ୍ନ ମଣ୍ଡପରେ ସାଜସଜା, ରୁପା ମେଢ ଓ ତୋରଣ କାମ ମଧ୍ୟ ଜୋରସୋରରେ ଚାଲିଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *