ବିଦ୍ୟୁତ ସଂସ୍ପର୍ଶରେ ଆସି ଚାଲିଗଲା ଜୀବନ..

ମୋବାଇଲ ଚାରଜିଙ୍ଗ ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଚାଲିଗଲା ଯୁବକଙ୍କ ଜୀବନ । ପୁରୁଣାକଟକ ମେଡ଼ିକାଲରେ ମୃତ ଘୋଷଣା କଲେ ଡାକ୍ତର । ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ତିଲେଶ୍ୱର ପଞ୍ଚାୟତ କୃଷ୍ଣପାଲି ଗ୍ରାମର ବିପିନ ପ୍ରଧାନ ଏକ ଟ୍ୟାକ୍ସି ଗାଡି ଚଳାଇ ନିଜର ପରିବାର ଚଳାଇଥିଲେ । ସବୁଦିନ ଭଳି ବୁଧବାର ମଧ୍ୟ ସକାଳୁ ଉଠି ମୋବାଇଲ ଚାରଜିଙ୍ଗ କରିବାକୁ ଇଲେକ୍ଟ୍ରିକ ବୋର୍ଡରେ ଚାର୍ଜର ପ୍ଲଗ ଲଗାଉଥିବା ବେଳେ ଅସବଧାନତା ବଶତଃ ବିଦ୍ୟୁତ ସଂସ୍ପର୍ଶରେ ଆସି ଝଟକା ଖାଇବା ସହ ଉକ୍ତ ବୋର୍ଡଟି ଖସି ତାଙ୍କ ଦେହରେ ପଡିଥିଲା। ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ପରିବାର ଲୋକେ ତାଙ୍କୁ ଅଚେତ ଅବସ୍ଥାରେ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ମୃତ ଘୋଷଣା କରିଛନ୍ତି । ମୃତକ ହେଲେ ସେହିଗ୍ରାମର ୨୫ ବର୍ଷୀୟ ଯୁବକ ବିପିନ ବିଶି । ଖବର ପାଇ ପୁରୁଣାକଟକ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବୌଦ୍ଧ ପଠାଇବା ସହ ଘଟଣାର ଅଧିକ ତଦନ୍ତ ଚଳାଇଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *