କମୁଛି ହାତୀ ସଂଖ୍ୟା , ଆସିଲା ଗଣନା ତଥ୍ୟ ।

Spread the love

କମୁଛି ହାତୀ ସଂଖ୍ୟା । ଚିନ୍ତାରେ ପରିବେଶବିତ୍ । ଚଳିତ ଥର ବାରିପଦା ସର୍କଲ୍ ଏବଂ ଶିମିଳିପାଳରେ ହାତୀ ସଂଖ୍ୟା ହ୍ରାସ ହେଲା ଭଳି ତଥ୍ୟ ସାମ୍ନାକୁ ଆସିଛି । ଦୀର୍ଘ ୭ ବର୍ଷ ପରେ ଚଳିତ ବର୍ଷ ହାତୀ ଗଣନା ହୋଇ ରିପୋର୍ଟ ପ୍ରକାଶ ପାଇଛି । ରିପୋର୍ଟ ଅନୁସାରେ ବାରିପଦା ସର୍କଲ୍ରେ ମୋଟ ୪୩୧ ଟି ହାତୀ ରହିଛନ୍ତି । ମୟୂରଭଞ୍ଜରେ ୩୩୦ଟି ହାତୀ ରହିଛନ୍ତି । ବାଲେଶ୍ୱରରେ ୬୮ ଓ କେନ୍ଦୁଝରରେ ମୋଟ ୩୩ଟି ହାତୀ ରହିଛନ୍ତି । ୫୧ ଟି ପ୍ରାପ୍ତ ବୟସ୍କ ଦନ୍ତା ହାତୀ, ୫ଟି ପ୍ରାପ୍ତ ବୟସ୍କ ମାଖନା ହାତୀ ଅଛନ୍ତି । ୧୮୭ ମାଈ ହାତୀ ସହ ୩୮ ଛୁଆ ହାତୀ ଓ ୮୮ ଟି ହାତୀ ଶାବକ ରହିଛନ୍ତି । ବାରିପଦା ସର୍କଲ୍ରେ ୬୦୦ ରୁ ଅଧିକ ହାତୀ ଥିବାବେଳେ ହ୍ରାସ ପାଇ ୪୩୧ ରେ ପହଂଚିିଛି । ଶିମିଳିପାଳ ଉତର ଓ ଦକ୍ଷିଣ, ରାଇରଙ୍ଗପୁର ଓ କରଞ୍ଜିଆବନଖଣ୍ଡରେରେ ମଧ୍ୟ ହାତୀ ସଂଖ୍ୟା ହ୍ରାସ ପାଇଛି । ୨୦୧୭ର ତଥ୍ୟ ଅନୁସାରେ କେବଳ ଶିମିଳିପାଳ ଜଙ୍ଗଲରେ ୩୦୦ ରୁ ଅଧିକ ହାତୀ ଥିଲେ ଏବେ ମାତ୍ର ୨୦୪ଟି ହାତୀ ରହିଛନ୍ତି । ସେହିଭଳି ମୟୁରଭଞ୍ଜରେ ମଧ୍ୟ ୧୭୦ ହାତୀ କମ୍ ରହିଥିବା ରିପୋର୍ଟରୁ ଜଣାପଡିଛି ।

ଶୀତଦିନରେ ସୀମାନ୍ତବର୍ତୀ ଝାଡଖଣ୍ଡ ଓ ପଶ୍ଚିମବଙ୍ଗରୁ ହାତୀପଲ ଓଡିଶାକୁ ପ୍ରବେଶ କରିଥାନ୍ତି । ତେବେ ବିଭିନ୍ନ ସମୟରେ ହାତୀ ଶୀକାର ଓ ଅପ୍ରାକୃତିକ ହାତୀ ମୃତ୍ୟୁକୁ ଦାୟୀ କରିବାସହ ଅନଭିଜ୍ଞ ଗଣନାକାରୀ ଦ୍ୱାରା ହାତୀ ଗଣନା ସଠିକ୍ଭାବେ ହୋଇପାରୁ ନଥିବା ଅଭିଯୋଗ କରିଛନ୍ତି ପରିବେଶବିତ୍ ।

ଓଡ଼ିଶା ଜଙ୍ଗଲରେ କେତେ ହାତୀ ରହୁଛନ୍ତି ତାହା ଜାଣିବାକୁ ଆଗାମୀ ନଭେମ୍ବର ୧୪ରୁ ୧୬ ମଧ୍ୟରେ ଅତ୍ୟାଧୁନିକ ପଦ୍ଧତିରେ ପୁଣି ଥରେ ହାତୀ ଗଣନା କରାଯିବା ନେଇ କାର୍ଯ୍ୟକ୍ରମ ରହିଥିବାବେଳେ ସେହି ଗଣନାରୁ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ଜଣାଯାଇଛି ।

Leave a Reply

Your email address will not be published. Required fields are marked *