ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ ନୂଆଗାଁ ଗ୍ରାମ ନିକଟରେ ଗୁରୁବାର ସକାଳେ ୭ ଘଟିକା ସମୟରେ ଦନ୍ତା ହାତୀ ଗଜେନ୍ଦ୍ର ଗାଁ ନିକଟରେ ବୁଲୁଥିବା ଦେଖିବାକୁ ମିଳିଛି l ଏନେଇ ଭୟଭୀତ ଅବସ୍ଥାରେ ଅଛନ୍ତି ଗ୍ରାମବାସୀ । ସୂଚନା ଯେ, ଗୁଳିବିଧ ଦନ୍ତା ହାତୀକୁ ବନବିଭାଗ ଚିକିତ୍ସା ପରେ ରେଡ଼ିଓ କଲାର ଲାଗିବା ପରେ ଦନ୍ତା ହାତୀ ଗଜେନ୍ଦ୍ରକୁ ଛାଡି ଦେଇଥିଲେ l ଗଜେନ୍ଦ୍ର ଏଵେ ସୁସ୍ଥ ଥିବା ବେଳେ ସେ ଜଙ୍ଗଲକୁ ନ ଯାଇ ଜଙ୍ଗଲ ନିକଟବର୍ତ୍ତୀ ଗାଁ ନିକଟରେ ଘୁରି ବୁଲୁଛି l ବନବିଭାଗ ପକ୍ଷରୁ ଏନେଇ ତାର ଗତିଵିଧି ଉପରେ ନଜର ରଖିଥିବା ବେଳେ ହାତୀକୁ ଗାଁ ନିକଟରେ ଦେଖି ଭୟଭୀତ ହେଉଛନ୍ତି ଗ୍ରାମବାସୀ l
ତେବେ ଗୁରୁବାର ସକାଳେ କଣଲୋଇ ଗାଁ ନିକଟରେ ଗଜେନ୍ଦ୍ର ବୁଲୁଥିବା ଗ୍ରାମର କିଛି ଯୁବକ ଦେଖି ବନବିଭାଗକୁ ଖବର ଦେଇଥିଲେ। ବନବିଭାଗ ଖବର ପାଇ ହାତୀର ଗତିବିଧି ଉପରେ ନଜର ରଖିଛି l ତେବେ ଗଜେନ୍ଦ୍ର ପ୍ରାୟ ୫ଦିନରୁ ଉର୍ଦ୍ଧ ହେବ କଣଲୋଇ ଗ୍ରାମ ନିକଟସ୍ଥ ନୁଆଁତଇଲାର ରାସ୍ତା ପାର୍ଶ୍ୱରେ ରହୁଛି l ସନ୍ଧ୍ୟା ଓ ସକାଳେ ଗାଁ ନିକଟକୁ ଆସି ତାଳ ଓ ଖଜୁରୀ ଗଛ ଭାଙ୍ଗି ଖାଉଛି l ଯାହାକୁ ନେଇ ଭୟଭୀତ ଅବସ୍ଥାରେ ଗ୍ରାମବାସୀ ରହିଛନ୍ତି l ଗଜେନ୍ଦ୍ର ଚିକତ୍ସା ପରେ ଜଙ୍ଗଲରେ ନରହି ଗାଁ ନିକଟରେ ରହୁଥିବାରୁ ବନବିଭାଗର ମୁଣ୍ଡ ବିନ୍ଧାର କାରଣ ପାଲଟିଛି l ବନବିଭାଗ ହାତୀ ଘଉଡେଇବାରେ ବାରମ୍ବାର ବିଫଳ ହେଉଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି l
Naxatra News is now on Whatsapp
Join and get latest news update delivered to you via whatsapp
Join Now