ହାଇକୋର୍ଟଙ୍କ ନିର୍ଦେଶ ପରେ ଜବରଦଖଲ ଉଛେଦ

Spread the love

() ହାଇକୋର୍ଟଙ୍କ ନିର୍ଦେଶ ପରେ ଜବରଦଖଲ ଉଛେଦ। ଏପରି ଦେଖିବାକୁ ମିଳିଛି କୁଜଙ୍ଗ ବ୍ଲକ ତଥା ତହସିଲ ଅଧିନ ମଲ୍ଲାସାହି ଗ୍ରାମରେ। ଗ୍ରାମରେ ଥିବା ମେଲଣ ପଡିଆ ଓ ସଂଯୋଗ ରାସ୍ତାରୁ। ରାଜସ୍ୱ ବିଭାଗ ପକ୍ଷରୁ ଜବରଦଖଲ ଉଛେଦ କରାଯାଇଛି। 2018 ମସିହାରେ ଏ ନେଇ  ହାଇକୋର୍ଟଙ୍କ  ପାଖରେ ଆବେଦନ କରାଯାଇଥିଲା  ତେବେ ଆଜି  ଜବରଦଖଲ ଉଛେଦ ହେବା ସହ ଅପ୍ରିତିକର ଘଟଣାକୁ ଦୃଷ୍ଟିରେ ରଖି ଗୋଟି ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।

କୁଜଙ୍ଗ ବ୍ଲକ ମଲ୍ଲାସାହି ଗ୍ରାମରେ ଜବରଦଖଲ ଉଛେଦ । ପ୍ରତିବର୍ଷ ଗ୍ରାମରେ ଥିବା ମେଲଣ ପଡିଆରେ ଦୋଳ ମେଲଣ ସହ ଅନ୍ୟାନ୍ୟ ଯାନିଯାତ୍ରା ହୋଇଥାଏ । ତେବେ  କିଛି ମୁଷ୍ଟିମେୟ ଲୋକ ଏହି ମେଲଣ ପଡିଆ ଓ ସଂଯୋଗ ରାସ୍ତା ଅବରୋଧ କରିବା ସହ ଗୃହ ନିର୍ମାଣ କରିବା ଯୋଗୁ ଅସୁବିଧା ହେଉଥିଲା । ତେବେ ଗ୍ରାମବାସୀଙ୍କ ପକ୍ଷରୁ 2018 ମସିହା ରେ ଜବରଦଖଲ ଉଛେଦ ପାଇଁ ନିର୍ଦେଶ ମିଳିବାପରେ ପ୍ରଶାସନ ଉପସ୍ଥିତିରେ ଗ୍ରାମରୁ ଜବରଦଖଲ ହଟାଯାଇଛି।

ପୂର୍ବରୁ ଜବରଦଖଲ ଉଛେଦ ପାଇଁ ରାଜସ୍ୱ ବିଭାଗ ପକ୍ଷରୁ ଡେଙ୍ଗୁରା ପିଟାଯାଇ ଲୋକମାନଙ୍କୁ ଅବଗତ କରାଯାଇଥିବା ବେଳେ ତହସିଲଦାରଙ୍କ ଉପସ୍ଥିତିରେ ଜବରଦଖଲ ଉଛେଦ ହୋଇଛି। ତେବେ ଜବରଦଖଲ ଉଛେଦ ବେଳେ କିଛି ଲୋକ ନିଜର ବାସସ୍ଥାନ ହରାଇଛନ୍ତି। ତେବେ ସେମାନଙ୍କୁ ସରକାରୀ ଜମି ଓ ଘର ଯୋଗାଇଦେବାକୁ ଦାବି କରିଛନ୍ତି ବୁଦ୍ଧିଜୀବି ଏହାସହିତ ଶାନ୍ତି ଶୃଙ୍ଖଳାର ସହ ଉଛେଦ କାର୍ଯ୍ୟ ଚାଲିଥିବା ବେଳେ କ୍ଷତିଗ୍ରସ୍ତ ଙ୍କୁ ସରକାରୀ ସାହାଯ୍ୟ ଯୋଗାଇ ଦିଆଯିବ ବୋଲି କହିଛନ୍ତି କୁଜଙ୍ଗ ଅତିରିକ୍ତ ତହସିଲଦାର ।

ତେବେ ଜବରଦଖଲ କୁ ଗ୍ରାମବାସୀ ସ୍ୱାଗତ କରୁଥିବା ବେଳେ କ୍ଷତିଗ୍ରସ୍ତଙ୍କୁ କେବେ ସରକାରୀ ସାହାଯ୍ୟ ମିଳୁଛି ଦେଖିବା ବାକି ରହିଛି।

ରଶ୍ମୀରଞ୍ଜନ ମହାପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *