କୁନି କାନ୍ଧରେ ପରିବାର ବୋଝ

କେନ୍ଦ୍ରାପଡ଼ା: କୁନିକୁନି ହାତରେ ନିଜେ ପଢିବା କଥା, ହେଲେ ନିଜ ୩ ଭାଇ ଭଉଣୀକୁ ହାତ ଧରି ପାଠ ପଢାଉଛନ୍ତି କେନ୍ଦ୍ରାପଡ଼ା ରାଜନଗର ବ୍ଲକ ଚାରିପୋଖରୀଆ ଗାଁର ୯ ବର୍ଷର ଝିଅ ।  ବାପା ଆରପାରିକୁ ଚାଲିଯିବା ପରେ ମାଆ କେଉଁଆଡେ ଚାଲି ଯାଇଛନ୍ତି। ଏହି  ୪ଅନାଥ ଶିଶୁଙ୍କୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଭେଟିବା ସହ  ସହାୟତାର ହାତ ବଢ଼ାଇ ଆର୍ଥିକ ରାଶି ପ୍ରଦାନ କରିଛନ୍ତି ! ଏବଂ ପୋଷ୍ୟ ସନ୍ତାନ ଗ୍ରହଣ କରି ଦୁଇଟି ଶିଶୁଙ୍କୁ ପାଠ ପଢାଇବାର ସମସ୍ତ ଖର୍ଚ୍ଚ ବହନ କରିବାକୁ ପ୍ରତିଶୃତି ଦେଇଛନ୍ତି।

ଏ ହେଉଛି କେନ୍ଦ୍ରାପଡ଼ା ରାଜନଗର ବ୍ଲକ ଚାରିପୋଖରୀଆ ଗାଁର ଅମର ବାରିକଙ୍କ ପରିବାର। ନିଜ ପରିବାର ମୁହଁରେ ହସ ଫୁଟାଇବାକୁ ଦାଦନ ଖଟିବାକୁ ଯାଇ ଦୁର୍ଘଟଣାରେ ପ୍ରାଣ ହରାଇବା ପରେ ପରିବାର ଉପରେ ଦୁଃଖର କଳା ବାଦଲ ଢାଙ୍କି ହୋଇଯାଇଥିଲା।  ବାପା ଅମର ବାରିକ ଚାଲିଯିବାର କିଛି ମାସ ପରେ ମାଆ ସତ୍ୟଭାମା ୪ ଛୁଆଙ୍କୁ ଛାଡ଼ି ମଧ୍ୟ କୁଆଡେ ପଳେଇ ଯାଇଛି ଯେ ଆଉ ଫେରିନାହାନ୍ତି। ବୟସର ଅପରାହ୍ନରେ ଜେଜେ ବ୍ରହ୍ମାନନ୍ଦ ୪ ନାତିନାତୁଣୀଙ୍କୁ କିପରି ଚଳାଇବେ ସେନେଇ ଦୁଃଖରେ ଭାଙ୍ଗି ପଡିଛନ୍ତି । ଭତ୍ତା ଓ ଆବାସ ଯୋଜନାରୁ ବଞ୍ଚିତ  ବୃଦ୍ଧା ଦମ୍ପତି ପରର ମୁଲ ଲାଗି ଯାହା ଆଣୁଛନ୍ତି ବେଳାଏ ଖାଇଲେ ଆର ଓଳିକୁ ଉପବାସରେ ଦିନ କାଟୁଛନ୍ତି  । ଏ ବୟସରେ ରୋଜଗାର କରିବାକୁ ସାମର୍ଥ୍ୟ ନ ଥିବାରୁ ସରକାରଙ୍କୁ ସହାୟତା ମାଗୁଛି ଜେଜ ବ୍ରହ୍ମାନନ୍ଦ ।

ସେପଟେ ଏହି ଅସହାୟ ନାବାଳିକା ପରିବାରଙ୍କୁ ଭେଟିଛନ୍ତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ। ଜିଲ୍ଳା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଳା ଦୌରାଜଜ ବିଶ୍ୱଜିତ ମହାନ୍ତିଙ୍କ ନିର୍ଦେଶରେ ପ୍ରାଧିକରଣର ସଚିବ ସୁମିତ୍ରା ସାହୁ ଏହି ୪ ଶିଶୁଙ୍କୁ ଥଇଥାନ କରିଛନ୍ତି। ଏହାସହ ପିଲାମାନଙ୍କର ସମସ୍ତ ମୌଳିକ ସୁବିଧା କିପରି ସୁଚାରୁରୂପେ ପାଇପାରିବେ ସେ ସମ୍ପର୍କରେ ଆଲୋଚନା କରିଥିଲେ। ଜେଜଙ୍କର ବାର୍ଦ୍ଧକ୍ୟ ଭତ୍ତା, ଓ ରାସନ କାର୍ଡ଼ର ମଧ୍ୟ ସୁବିଧା କରିଥିଲେ।

ଏହି  ୪ ଶିଶୁଙ୍କୁ ସହାୟତାର ହାତ ବଢ଼ାଇଛି ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ନଳିନୀକାନ୍ତ ଫାଉଣ୍ଡେସନ।  ପୋଷ୍ୟ ସନ୍ତାନ ଗ୍ରହଣ କରି ଦୁଇଟି ଶିଶୁଙ୍କୁ ପାଠ ପଢାଇବାର ସମସ୍ତ ଖର୍ଚ୍ଚ ବହନ କରିବାକୁ ପ୍ରତିଶୃତି ଦେଇଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *