ପଶ୍ଚିମ ଓଡ଼ିଶା ସ୍ତରୀୟ କୃଷି ମେଳା

Spread the love

ସମ୍ବଲପୁର: ସମ୍ବଲପୁରରେ ଆରମ୍ଭ ହୋଇଛି ପ୍ରଥମ ଥର ପାଇଁ ପଶ୍ଚିମ ଓଡ଼ିଶା ସ୍ତରୀୟ କୃଷି ମେଳା। କୃଷି ଓ କୃଷକ ସଶକ୍ତି କରଣ ବିଭାଗ , ପଶ୍ଚିମ ଓଡ଼ିଶା ବିକାଶ ପରିଷଦ  ଓ  FICCI ର ମିଳିତ ଆନୁକୂଲ୍ୟରେ  ଏହି କୃଷି ମେଳା ର ଆୟୋଜନ କରାଯାଇଛି। ସ୍ଥାନୀୟ ପି ଏଚ ଡି ପଡ଼ିଆରେ ଆୟୋଜିତ ଏହି ପାଞ୍ଚ ଦିନିଆ କୃଷି ମେଳାକୁ ରାଜ୍ୟ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଭାବେ ଉଦଘାଟନ କରିଛନ୍ତି l

ସମ୍ବଲପୁରରେ ଆରମ୍ଭ ହୋଇଛି କୃଷି ମେଳା। ଏଥିରେ ଶତାଧିକ ଷ୍ଟଲ୍ ଲଗାଯାଇ ନୂତନ ଟେକ୍ନୋଲଜିର କୃଷି ଉପକରଣର ପ୍ରଦର୍ଶନ କରାଯାଇଛି ।  ରାଜ୍ୟ ଓ ରାଜ୍ୟ ବାହାରର ବିଭିନ୍ନ କମ୍ପାନୀ ସେମାନଙ୍କ ଆଧୁନିକ କୃଷି ଯନ୍ତ୍ରପାତି ପ୍ରଦର୍ଶନ କରିଛନ୍ତି । ଏହାସହ ଧାନ, ପନିପରିବା , ମାଛ ସହ ମାଣ୍ଡିଆ ଚାଷ ପାଇଁ ଆବଶ୍ୟକ କୃଷି ଯନ୍ତ୍ରପାତିକୁ ସ୍ଥାନୀୟ କୃଷକମାନେ ବୁଲି ଦେଖିଥିଲେ। ତେବେ ଏହି ମେଳା ରେ ୫୦୦ ଚାଷି, କୃଷି ଉଦ୍ୟୋଗୀ, ମିଶନ ଶକ୍ତି ମହିଳା, ମିଲେଟ ମିଶନ ମହିଳା ସାମିଲ ହୋଇଛନ୍ତି। ବିଭିନ୍ନ ଅତ୍ୟାଧୁନିକ କୃଷି ଯନ୍ତ୍ରପାତି ବିଷୟରେ ସୂଚନା ପାଇଁ ସେମିନାର ର ବ୍ୟବସ୍ଥା ମଧ୍ୟ କରାଯାଇଛି । ଏହି କୃଷୀମେଳା ରେ ବିଭିନ୍ନ ଉପକରଣ ରେ ସିଧାସଳଖ ସବସିଡି ପ୍ରଦାନ ବ୍ୟବସ୍ଥା ରହିଥିବା ବେଳେ ସହଜ ଋଣ ପ୍ରଦାନ ପାଇଁ ଚାରିଟି ବ୍ୟାଙ୍କ ମଧ୍ଯ ସାମିଲ ହୋଇଛନ୍ତି।

ସେପଟେ ମହିଳା କେନ୍ଦ୍ରୀକ କୃଷି ପାଇଁ ରାଜ୍ୟ ସରକାର ଦୃଢ଼ ପଦକ୍ଷେପ ନେଉଛନ୍ତି ବୋଲି କୃଷିମନ୍ତ୍ରୀ ସୁଚନା ଦେଇଛନ୍ତି। ପଶ୍ଚିମ ଓଡ଼ିଶାର ୧୦ ଟି ଜିଲ୍ଲା ରୁ ଶତାଧିକ ଚାଷୀ ଏହି ମେଳା ରେ ଅଂଶଗ୍ରହଣ କରିଛନ୍ତି।

ପଶ୍ଚିମ ଓଡ଼ିଶାରେ ଏତେ ବଡ଼ କୃଷି ମେଳାକୁ ପ୍ରଥମ ଥର ପାଇଁ ଉପଭୋଗ କରିବା ସହ ସ୍ବାଗତ କରିଛନ୍ତି ଏହି ଅଞ୍ଚଳର ଚାଷୀ।

ସରୋଜ ସେଠ୍

Leave a Reply

Your email address will not be published. Required fields are marked *