ଲଗାଣ ବର୍ଷା, ଚାଷୀ ହତାସ୍!

ରାଜ୍ୟର ସମସ୍ତ ଜିଲ୍ଲାରେ ଲଘୁଚାପ ଜନିତ ଲଗାଣ ବର୍ଷା ଜାରି । ଗଞ୍ଜାମ ଜିଲ୍ଲାରେ ମଧ୍ୟ ଆଜିକୁ ସାତଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ଜାରି ରହିଛି । ବେଲଗୁଣ୍ଠା ବ୍ଳକ ଅଧିନସ୍ତ ମଙ୍ଗଳପୁର ପଞ୍ଚାୟତ ଇଲାକାରେ ପ୍ରାୟ ଶହଶହ ହେକ୍ଟର ଜମିରେ ଧାନ ଫସଲ କ୍ଷତି ହୋଇଛି । ମଙ୍ଗଳପୁର ଗ୍ରାମର ପ୍ରାୟ ଶତାଧିକ ଚାଷୀ ହତାସ୍‌ ହୋଇପଡିଛନ୍ତି । ଚଳିତ ବର୍ଷର ଚାଷୀର ଧାନ ଚାଷ ଫସଲ ଭଲ ହୋଇଥିବା ବେଳେ ଚାଷୀ ମୁହଁରେ ହସ ଫୁଟିଥିଲା । ଚାଷୀ ଧାନ ଅମଳ କରି ମଣ୍ତିରେ ବିକ୍ରୟ କରି ଦୁଇ ପଇସା ଲାଭ ପାଇବାର ଆଶା ମଧ୍ୟ ରଖିଥିଲା । ହେଲେ ଲଘୁଚାପ ଜନିତ ଲଗାଣ ବର୍ଷା ରେ ସମସ୍ତ ଚାଷୀର ଧାନ ଫସଲ ପାଣିରେ ବୁଡି କ୍ଷତି ଘଟିଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *