ସରୁନି ଚାଷୀର ଦୁଃଖ

Spread the love

ବରଗଡ଼ : ବରଗଡ଼ ଜିଲ୍ଲାରେ ଗତ ନଭେମ୍ବର ୨୧ତାରିଖରୁ ଖୋଲିଲାଣି ମାର୍କେଟୟାର୍ଡ । ମାତ୍ର ଏଯାଏ ସ୍ୱାଭାବିକ ଭାବେ ଧାନ କିଣାବିକା ହୋଇପାରିନାହିଁ । ଯାହାଫଳରେ ଲକ୍ଷ ଲକ୍ଷ ବସ୍ତା ଧାନ ମାର୍କେଟୱାର୍ଡ଼ ଗୁଡିକରେ ପଡିରହିଥିବା ବେଳେ ଚାଷୀ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି। ତେବେ ଏହାର ସମାଧାନ ପାଇଁ ଚାଷୀ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିବାବେଳେ ଚାଷୀଙ୍କ ସହ ଆଲୋଚନା ପରେ ଯଥାଶୀଘ୍ର ଚାଷୀଙ୍କ ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ପ୍ରଶାସନିକ ଅଧିକାରୀ।

କେତେବେଳେ ଟୋକନ ସମସ୍ୟା ତ କେତେବେଳେ ଟେଗ ଅଭାବ, ଆଉ କେତେବେଳେ କଟନୀ ଛଟନୀର ଭୟ ତ ପୁଣି କେବେ ଦଲାଲରାଜ, ଏପରି ସମସ୍ୟା ଦେଇ ଗତି କରୁଛନ୍ତି ବରଗଡ଼ ଜିଲ୍ଲାର ଚାଷୀ । ଗତ ନଭେମ୍ବର 21 ତାରିଖରୁ ବରଗଡ଼ ଜିଲ୍ଲାର ସମସ୍ତ ମାର୍କେଟ ୟାଡ଼ ଗୁଡିକ ଖୋଲାଯାଇ ଥିଲେ ମଧ୍ୟ ଏଯାଏ ଧାନ କିଣା ବିକା ପ୍ରକ୍ରିୟା ସ୍ୱାଭାବିକ ହୋଇନାହିଁ । ଯାହାଫଳରେ ଏଯାଏ ଚାଷୀଙ୍କ ଲକ୍ଷ ଲକ୍ଷ ବସ୍ତା ଧାନ ବିକ୍ରି ହୋଇନପାରି ମାର୍କେଟୟାଡ଼ରେ ପଡିରହିଛି । ଯାହାକୁ ନେଇ ଚାଷୀ ଏବେ ଦୋଛକିରେ ରହିଥିବା ବେଳେ ସମସ୍ୟାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛି। ତେବେ ଏନେଇ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଚାଷୀ ଓ ପ୍ରଶାସନିକ ଅଧିକାରୀଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲାର ବହୁ ଚାଷୀ ଓ ଚାଷୀ ନେତା ସାମିଲ ହୋଇ ଧାନ କିଣାବିକାକୁ ନେଇ ଦେଖାଦେଇଥିବା ସମସ୍ୟା ଓ ଏହାର ସମାଧାନ ପାଇଁ ଦାବି କରିବା ସହ ସମସ୍ୟାର ସମାଧାନ ନହେଲେ ବ୍ୟାପକ ଆନ୍ଦୋଳନର ଚେତାବନୀ ଦେଇଛନ୍ତି ।

ଅନ୍ୟପକ୍ଷରେ ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋଙ୍କ ସହ ଆରଏମ୍ସି ଅଧିକାରୀ, ଯୋଗାଣ ବିଭାଗ, ଡିଆରସିଏସ ପ୍ରମୁଖ ଉପସ୍ଥିତ ରହିଥିଲେ ଏବଂ ଚାଷୀଙ୍କ ଅଭିଯୋଗ କୁ ସ୍ୱୀକାର କରିବା ସହ ସମସ୍ୟାକୁ ଗୁରୁତର ସହ ନେଇ ଯଥାଶୀଘ୍ର ଏହାର ସମାଧାନ କରାଯିବ ବୋଲି କହିଛନ୍ତି । ଏନେଇ ସମସ୍ତ ମିଲରଙ୍କୁ ତାଗିତ ଜରାଯାଇଥିବା ଏବଂ ଯେଉଁ ମିଲର ପ୍ରଶାସନିକ ନିୟମର ଖିଲାପ କରୁଛି ତାଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଦୁଇଦିନ ଭିତରେ ସମସ୍ତ ଧାନ ଉଠାଯିବ ବୋଲି ପ୍ରଶାସନିକ ଅଧିକାରୀ କହିଛନ୍ତି ।

ତେବେ ବର୍ତ୍ତମାନ ଦେଖିବାକୁ ବାକି ରହିଲା ଜିଲ୍ଲା ପ୍ରଶାସନ ଏନେଇ କେତେ ତତ୍ପରତା ଦେଖାଉଛି ଏବଂ ଚାଷୀଙ୍କ ସମସ୍ୟାର ସମାଧାନ କେବେ ହେଉଛି?

Leave a Reply

Your email address will not be published. Required fields are marked *