ଭୁବନେଶ୍ବର: ଧୀରେ ଧୀରେ ସୁଧୁରୁଛି ବନ୍ୟା ସ୍ଥିତି। ବନ୍ୟା ସମୟରେ ବାହ୍ୟଜଗତରୁ ବିଛିନ୍ନଥିବା ଅଞ୍ଚଳରେ ଏବେ ଯାତାୟାତ ସ୍ୱଭାବିକ ହୋଇଛି। ଭାଙ୍ଗିଥିବା ଘରକୁ ସଜାଡିବାକୁ ଅଣ୍ଟା ଭିଡିଛନ୍ତି ଲୋକେ। ହେଲେ ଫସଲହାନୀ ପାଲଟିଛି ଚାଷୀଙ୍କ ପ୍ରମୁଖ ମୁଣ୍ଡ ବିନ୍ଦାର କାରଣ।
ବନ୍ୟାରେ ଭାଙ୍ଗି ଯାଇଥିବା ଘରକୁ ସଜାଡିବା ଲାଗି ଅଣ୍ଟା ଭିଡିଛନ୍ତି ଲୋକେ। କେତେକ ଜାଗାରେ ସରକାରଙ୍କ ରିଲିଫ ପହଞ୍ଚିଥିବା ବେଳେ ଅନେକ ଜାଗାରେ ଏବେବି ରିଲିଫରୁ ବଞ୍ଚିତ ଲୋକେ। ବାଙ୍କି ବିଲିପଡ଼ା ଓ ସିମିଲିପୁର ପଂଚାୟତର ଶୁଖୁଆଖଳା ଗ୍ରାମର ଅଧିବାସୀ ବନ୍ୟା ସମୟରେ ଦୀର୍ଘ ୧୨ ଦିନରୁ ଊର୍ଦ୍ଧ୍ୱ ସମୟ ଧରି ବାହ୍ୟଜଗତରୁ ବିଛିନ୍ନଥିବା ବେଳେ ଏବେ ଏଠାରେ ପରିସ୍ଥିତି ସୁଧୁରିଛି। ଭଦ୍ରକ, ଭଣ୍ଡାରୀପୋଖରିରେ ଓ ପିପିଲିରେ ମଧ୍ୟ ସ୍ଥିତି ସୁଧୁରିବାରେ ଲାଗିଛି। ହେଲେ ବନ୍ୟା ପାଇଁ ହୋଇଥିବା କ୍ଷୟକ୍ଷତି ଏବେ ଲୋକଙ୍କ ଚିନ୍ତା ବଢାଇଛି। ବନ୍ୟାରେ ବାଙ୍କି, ଭଦ୍ରକ ଭଣ୍ଡାରିପୋଖରୀ ଓ ପିପିଲିରେ ଚାଷୀଙ୍କ ହେକ୍ଟର ହେକ୍ଟର ଚାଷ ଜମି ବିଶେଷ ଭାବେ ପ୍ରଭାବିତ ହୋଇଛି।
ସେପଟେ ପିପିଲିରେ ଚାଷୀଙ୍କ ଏହି ବଡ ସମସ୍ୟାକୁ ଆଖି ଆଗରେ ରଖି ଚାଷ ଜମିର ଇନ୍କ୍ୱାରୀ ଆରମ୍ଭ ହୋଇସାରିଛି। ଆସନ୍ତା ୩୦ ତାରିଖ ଭିତରେ ଏହି ଇନ୍କ୍ୱାରୀ ରିପୋର୍ଟ ଡିପୋଜିଟ ହେବା ନେଇ କହିଛନ୍ତି ପିପିଲି ତହସିଲଦାର ପୁନମ୍ ମହାପାତ୍ର I ସେପଟେ ପିପିଲି ଓ ଡ଼େଲାଙ୍ଗ ବ୍ଲୋକର ବିଭାଗୀୟ ଅଧିକାରୀଙ୍କୁ ଡାକି ପିପିଲି ବିଧାୟକ ଏକ ରିଭ୍ୟୁ ମିଟିଂ କରିଛନ୍ତି I
ତେବେ ସରକାରଙ୍କ ପକ୍ଷରୁ କ୍ଷୟକ୍ଷତି ଆକଳନ ହୋଇ କେବେ ଚାଷୀଙ୍କୁ ସାହାଯ୍ୟ ଯୋଗାଇ ଦିଆଯିବ ତାହା ଦେଖିବାକୁ ବାକି ରହିଲା।
ବାଙ୍କିରୁ ମନୋଜ ଦଳାଇ, ଭଣ୍ଡାରିପୋଖରୀରୁ ସତ୍ୟାବ୍ରତ ପ୍ରାଧାନଙ୍କ ସହ ପିପିଲିରୁ ସନ୍ତୋଷ ପ୍ରଧାନଙ୍କ ରିପୋର୍ଟ
Naxatra News is now on Whatsapp
Join and get latest news update delivered to you via whatsapp
Join Now