ଚାଷୀଙ୍କୁ ମିଳିନି ଟୋକେନ୍

ଜୟପୁର: ଚାଷୀଙ୍କୁ ମିଳିନି ଟୋକେନ୍ । ଚିନ୍ତାରେ ଚାଷୀ। ବର୍ଷ ସାରା ପରିଶ୍ରମ କରି ଚାଷୀ ଫସଲ ଅମଳ କରୁଛି। ହେଲେ ଧାନ ବିକ୍ରି ସମୟରେ ଚାଷୀଙ୍କୁ ଟୋକେନ୍ ମିଳୁନି । ଆଉ କେଉଁଠି ଟୋକେନ୍ ପାଇଥିବା ଚାଷୀ କଟନୀ ଛଟନୀ ର ଶିକାର ହେଉଛନ୍ତି।

ଚାଷୀଙ୍କୁ ମିଳିନି ଟୋକେନ୍ । ପ୍ରକୃତ ଚାଷୀ ଟୋକେନ୍ ପାଇବାରୁ ବଞ୍ଚିତ ହେଉଛନ୍ତି । ପ୍ରକୃତ ଚାଷୀର ଜମିକୁ କେଉଁଠି ଜଙ୍ଗଲ ଦେଖାଯାଉଛି ତ କେଉଁଠି ମକ୍କା ଚାଷ ଜମି ଦେଖାଯାଇଛି। ଏଭଳି ତ୍ରୁଟି ଯୋଗୁଁ ଚାଷୀ ଟୋକେନ୍ ପାଇବାରୁ ବଞ୍ଚିତ ହୋଉଛନ୍ତି। ଆମେ କହୁଛୁ ଜୟପୁର ଉପଖଣ୍ଡରେ ଥିବା ଅନେକ ମଣ୍ଡି ବ୍ୟବସ୍ଥା କଥା ।

ମଣ୍ଡି ଖୋଲିଛି ସତ ହେଲେ ଏଯାବତ ଧାନକିଣା ପ୍ରକ୍ରିୟା ଆରମ୍ଭ ହୋଇପାରିନି । କୋଟପାଡ ଏସବି ନୂଆଗାଁରେ ମଣ୍ଡି ଖୋଲିବା ଦିନ ଚାଷୀ ଆଶାନ୍ତି ଦେଖାଦେଇଥିବା ବେଳେ ବୋରିଗୁମ୍ମା ବ୍ଲକର ବୋଡିଗାଁରେ ମଧ୍ୟ ସମାନ ପରିସ୍ଥିତି ଦେଖାଦେଇଛି । ଏଠି ପ୍ରାୟ ୬୭ ଜଣ ଚାଷୀ ଏ ପର୍ଯ୍ୟନ୍ତ ଟୋକେନ୍ ପାଇବାରୁ ବଞ୍ଚିତ ହୋଇଛନ୍ତି। ଏନେଇ ଅନେକ ଚାଷୀ ଜିଲ୍ଲାପାଳ , ଭୁବନେଶ୍ୱର ସେକ୍ରେଟାରୀ ଏବଂ କୃଷି ମନ୍ତ୍ରୀଙ୍କୁ ଭେଟି ଟୋକେନ୍ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲାବେଳେ ସମସ୍ୟାର ଶୀଘ୍ର ସମାଧାନ ନହେଲେ ସମସ୍ତ ମଣ୍ଡିକୁ ଅଚଳ କାରବାର ଚେତାବନୀ ଦେଇଛନ୍ତି ଚାଷୀ।

ସେପଟେ ଜୟପୁର ଉପଖଣ୍ଡର ରହିଥିବା ୭୭ ଟି ମଣ୍ଡି ମଧ୍ୟରୁ ଏବେବି ଅନେକ ମଣ୍ଡି ଖୋଲିନି। ବୋଡିଗାଁ ଅଞ୍ଚଳର ପ୍ରାୟ ୬୭ ଜଣ ଅସଲ ଚାଷୀଙ୍କୁ ଟୋକେନ୍ ମିଳିନି । ଏସମ୍ପର୍କରେ ଅନୁଧ୍ୟାନ କରିବା ପାଇଁ ବୋଡିଗାଁ ରାଜସ୍ୱ ନିରୀକ୍ଷକ, ଯୋଗାଣ ଅଧିକାରୀ, ଗ୍ରାମ ସେବକ ପ୍ରମୁଖ ଟିମ ପହଁଞ୍ଚି ଚାଷ ଜମି କୁ ଯାଞ୍ଚ କରିଥିଲେ। ଆଉ ଅତିଶୀଘ୍ର ଏହି ସମସ୍ୟାର ସମାଧାନ ହେବ ବୋଲି କହିଛନ୍ତି ବୋରିଗୁମ୍ମା ବ୍ଲକ ଯୋଗାଣ ନିରୀକ୍ଷକ ।  

ତେବେ ମଣ୍ଡି ସମୟରେ ଚାଷୀ କିଭଳି ସୁବିଧାରେ ଧାନ ବିକ୍ରି କରି ପାରିବେ ସେଥିପାଇଁ ସରକାର ସୁବିଧା କଲେବି ଧାନ ବିକ୍ରି ସମୟରେ ଚାଷୀ ଅନେକ ସମସ୍ୟାର ସୁମୁଖୀନ ହେଉଛନ୍ତି ।

ରଞ୍ଜନକୁମାର ମିଶ୍ର

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *