ହୁତୁହୁତୁ ହୋଇ ଜଳିଗଲା ପାଇପ୍

ଟେକ୍ନୋମାଉଣ୍ଟ-ମେଣ୍ଟାଲକ୍ରାଫ୍ଟ କମ୍ପାନୀ ପାଇପ ଷ୍ଟକୟାର୍ଡରେ ନିଆଁ । ହୁତୁ ହୁତୁ ହୋଇ ଜଳି ଯାଉଛି ପାଇପ୍। ଘଟଣାସ୍ଥଳରେ ୭ଟି ଅଗ୍ନିଶମ ଗାଡ଼ି ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ହୋଇଛି। ଆଇଓସିଏଲର ତୈଳ ପାଇପ ଲାଇନ୍ ବିଛାଇବା କାର୍ଯ୍ୟ ପାଇଁ ରହିଥିଲା ପାଇପ୍ । ପାଇପ ଉପରେ ରହିଛି ପିଚୁ ଓ ପ୍ଲାଷ୍ଟିକ କୋଟିଂ। ଜଳୁଛି କୋଟି କୋଟି ଟଙ୍କାର ପାଇପ୍। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ନିଆଁକୁ ଆୟତ୍ତ କରିବା ପାଇଁ ଆଇଓସିଏଲ, ଇଫକୋ, ପିପିଏଲ, ପାରାଦ୍ଵୀପ ବନ୍ଦର, କୁଜଙ୍ଗ ଅଗ୍ନିଶମ ବିଭାଗର ୧୧ ଟି ଗାଡ଼ି ଲାଗିଛନ୍ତି। ଫୋମ୍ ଓ ପାଣି ମାରି ନିଆଁକୁ ଆୟତ କରିବା ପାଇଁ ଚେଷ୍ଟା କରାଯାଉଛି। ଯେହେତୁ ଏହି ଷ୍ଟକ୍ ୟାର୍ଡର ଅପର ପାର୍ଶ୍ୱରେ କାର୍ବନ କାରଖାନା ଥିବା ବେଳେ, ମାତ୍ର ୫୦ ମିଟର ଦୂରରେ ଏକ ପେଟ୍ରୋଲ ପମ୍ପ ଓ ରାସ୍ତାର ଅପରପାର୍ଶ୍ବରେ ରହିଛି ପାରାଦ୍ଵୀପ-ହଳଦିଆ ତୈଳ ପାଇପ ଲାଇନ୍। ଯାହା ବିପଦ ସୃଷ୍ଟି କରିବାର ସମ୍ଭାବନା ରହିଥିଲା ।ବର୍ତ୍ତମାନ ୧୧ ଟି ଅଗ୍ନିଶମ ଗାଡ଼ି ନିଆଁକୁ ସମ୍ପୁର୍ଣ୍ଣ ଆୟତ କରିଥିବା ବେଳେ ଏଠାରେ ଆମର ସ୍କ୍ରପ୍ ରହୁଥିଲା ଏବଂ ଏହାର ତଦନ୍ତ କରାଯିବ ବୋଲିି ଆଇଓସିଏଲ ପାଇପ ଲାଇନ ଚିଫ୍ ଜେନେରାଲ ମ୍ୟାନେଜର ପ୍ରକାଶ କରିଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *