ଏମକେସିଜିରେ ଅଗ୍ନିକାଣ୍ଡ

Spread the love

ବ୍ରହ୍ମପୁର: ବ୍ରହ୍ମପୁର ସ୍ଥିତ ଏମକେସିଜିରେ ବଡ ଧରଣର ନିଆଁ ଆୟତ୍ତରେ ଲାଗିଛି ଅଗ୍ନିଶମ ବାହିନୀ। ରୋଗୀଙ୍କୁ ସୁରକ୍ଷିତ ସ୍ଥାନାନ୍ତର ପ୍ରକ୍ରିୟା ଜାରି।

ବ୍ରହ୍ମପୁର ସବୁଠାରୁ ବଡ ମେଡିକାଲ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲରେ ବଡ ଅଗ୍ନିକାଣ୍ଡ। ହସ୍ପିଟାଲର ସୁପର ସ୍ପେସାଲିଟି ବ୍ଲକରେ ଲାଗିଛି ନିଆଁ। ବ୍ଲକର ୫ମ ମହଲାରେ ଲାଗିଛି ନିଆଁ। ଶୁକ୍ରବାର ହଠାତ୍ ନିଆଁ ଲାଗିଯାଇଛି। ନିଆଁ ଲାଗିବା ଖବର ପାଇଁ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ନିଆଁ ଆୟତ୍ତରେ ଲାଗିଛି।

ସେପଟେ ବ୍ଲକରେ ଥିବା ରୋଗୀଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଉଛି। ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସୂଚନା ରହିଛି।

Leave a Reply

Your email address will not be published. Required fields are marked *