ସାମାଜିକ ବାସନ୍ଦ ଭୟରେ ଜୋର ନିକଟରେ ରହୁଥିଲେ ବିଧବା

Spread the love

ସୁବର୍ଣ୍ଣପୁର: ଆଜି ବି ସମାଜରେ ବଞ୍ଚି ରହିଛି ସାମାଜିକ କୁସଂସ୍କାର। ଆଉ ଏହି କୁସଂସ୍କାର ଯୋଗୁଁ ଅନେକ ନିରୀହ ଗାଁରୁ ବାସନ୍ଦ ହୋଇ ଜୀବନ ଯାପନ କରୁଛନ୍ତି। ଏଭଳି କୁସଂସ୍କାରର ଶିକାର ହୋଇ ଗାଁରୁ ବାସନ୍ଦ ହୋଇଥିବା ପରି ଏକ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ମହଦା ଗାଁରେ। କୁଷ୍ଠରୋଗ ସନ୍ଦେହ କରି ଜଣେ ବିଧବା ମହିଳାଙ୍କୁ ଗାଁରୁ ବାସନ୍ଦ କରାଯାଇଥିବା ବେଳେ ମହିଳାଙ୍କୁ ଗାଁ ଯୋର ନିକଟରୁ ଉଦ୍ଧାର କରିଛି ଜିଲ୍ଲା ପ୍ରଶାସନ।

ମହଦା ଗାଁର ୬୦ବର୍ଷିୟା ବିଧବା ଚଞ୍ଚଳା ସାହୁ। ଏବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇ ଚିକିତ୍ସା ହେଉଛନ୍ତି। ତେବେ ଗତକିଛି ବର୍ଷ ହେଲା ଚଞ୍ଚଳାଙ୍କ ଗୋଡରେ ଘା ହୋଇଥିଲା। ଚିକିତ୍ସା ଅଭାବରୁ ଘା’ ପଚି ସେଥିରେ ପୋକ ଲାଗି ଯାଇଥିଲେ। ଏହାକୁ ଦେଖି ଗାଁ ଲୋକ ତଥା ସାହିପଡିଶା କୁଷ୍ଠରୋଗ ସନ୍ଦେହ କରି ତାଙ୍କ ପରିବାରକୁ ଗାଁରୁ ଅନ୍ୟତ୍ର ଚାଲିଯିବାକୁ କହିଥିଲେ। ଚଞ୍ଚଳା ଜଣେ ବିଧବା ମହିଳା ହୋଇଥିବା ବେଳେ କେବଳ ଗୋଟିଏ ୨୬ ବର୍ଷର ପୁଅକୁ ନେଇ ରହୁଥିଲେ। ଗାଁ ଲୋକଙ୍କ ଘୃଣା ତଥା ନିଜ ପୁଅର ବାସନ୍ଦ ଭୟରେ ଚଞ୍ଚଳା ନିଜେ ଘରୁ ଚାଲିଯାଇ ଗାଁଠୁ ଦୁଇ କିଲୋମିଟର ଦୂର ଯୋର ନିକଟରେ କୁଡିଆ ପାଲ ଟାଣି ରହୁଛନ୍ତି। ପ୍ରାୟ ଦୁଇ ଦିନ ସାପ,ବେଙ୍ଗ,ସରିସୃପଙ୍କ ସାଙ୍ଗରେ ବିତାଇବା ପରେ ଗତକାଲି ରାତିରେ କିଛି ସହୃଦୟ ବ୍ୟକ୍ତି ବିଡିଓଙ୍କୁ ଖବର ଦେଇଥିଲେ। ପରେ ବିଡିଓ ଘଟଣା ସ୍ଥଳରେ ପହଞ୍ଚି ଚଞ୍ଚଳାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।

ତେବେ ବିଗତ ଦିନରେ ଜିଲ୍ଲାରେ କୁଷ୍ଠରୋଗୀଙ୍କୁ ଘୃଣା କରୁଥିବା ଅନେକ ଘଟଣା ସାମାନାକୁ ଆସିଥିବା ବେଳେ ଏବେ ପୁଣି ଏଭଳି ଏକ ହୃଦୟବିଦାରକ ଘଟଣା ଦେଖାଦେଇଛି। ତେବେ ଏଭଳି ଘଟଣା ପ୍ରତି ଜିଲ୍ଲାପ୍ରଶାସନ ତଥା ସାମାଜିକ ଅନୁଷ୍ଠାନଗୁଡିକ ଳୋକଙ୍କୁ ଅଧିକ ସଚେତନ କରାଇବା ଆବଶ୍ୟକତା ରହିଥିବା କହିଛନ୍ତି ସାମାଜିକ କର୍ମୀ ।

ଫାଭିଓ- ଚିକିତ୍ସା କରାନଯାଇ ତଥା କୁଷ୍ଟରୋଗ କି ନୁହେଁ ନଜାଣି ଏଭଳି ବାସନ୍ଦ କରିବାକୁ ସାଧାରଣ ଲୋକ ନିନ୍ଦା କରାଯାଉଉି । ତେବେ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଅଧିକ ସଚେତନ କରାଇବା ଜରୁରୀ ହୋଇପଡିଛି

ସୁବର୍ଣ୍ଣପୁରରୁ ଗଣପତିବାଘଙ୍କ ଖବର

Leave a Reply

Your email address will not be published. Required fields are marked *