ଭଦ୍ରକ ଜିଲ୍ଲାରେ କଳାକାରଙ୍କ ଭତ୍ତାରେ ବ୍ୟାପକ ଜାଲିଆତି ନେଇ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମ୍ମୁଖରେ କଳାକାର ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ। ଜାଲିଆତି କରି ଭତ୍ତା ପାଉଥିବା ଅଣ କଳାକାର ଙ୍କୁ ଚିହ୍ନଟ କରି ଦୃଢ଼ କାର୍ଯ୍ୟନୁଷ୍ଠାନ ଦାବୀ କରିଛି ସଂଘ। ତେବେ ଜିଲ୍ଲାରେ ପ୍ରକୃତ କଳାକାର ଭତ୍ତା ପାଇବାରୁ ବଞ୍ଚିତ ହୋଇଥିବା ବେଳେ, ମିଥ୍ୟା ପ୍ରମାଣପତ୍ର ଦେଇ ଅଣ କଳାକାର ମାନେ ଭତ୍ତା ପାଉଥିବା ବାରମ୍ବାର ଅଭିଯୋଗ ହୋଇଛି। ତେବେ ଏଭଳି ଅଭିଯୋଗ ନେଇ ଜିଲ୍ଲା ସଂସ୍କୃତି ବିଭାଗ ଅଧିକାରୀ ଓ ଜିଲ୍ଲIପାଳଙ୍କ ନିକଟରେ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନ ଥିବା ଅଭିଯୋଗ କରି କଳାକାର ସଂଘ ପକ୍ଷରୁ କାର୍ଯ୍ୟନୁଷ୍ଠାନ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଯଦି ଏ ଯଥାଶୀଘ୍ର ପଦକ୍ଷେପ ଗ୍ରହଣ କରା ନ ଯାଏ, ଆଗାମୀ ଦିନରେ କଳାକାର ଭତ୍ତା ରେ ବ୍ୟାପକ ଜାଲିଆତି ନେଇ ଆନ୍ଦୋଳନକୁ ତୀବ୍ରତର କରିବାକୁ ଚେତାବନୀ ଦେଇଛି ସଂଘ।
Naxatra News is now on Whatsapp
Join and get latest news update delivered to you via whatsapp
Join Now