ବାଲି ମୁକ୍ତ ହେବ ସୂର୍ଯ୍ୟ ମନ୍ଦିର

Spread the love

କୋଣାର୍କ: ଦୀର୍ଘ ବର୍ଷ ପରେ  ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିରରୁ ବାଲିକଢାଯିବ। ଏନେଇ ଆଜି ବାଲିକଢା କାମର ଶୁଭ ଦେଇଛି ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ବା ଏଏସଆଇ। ଏଏସ୍ଆଇ ପକ୍ଷରୁ ଏଥିନିମନ୍ତେ ଭୂମି ପୂଜନ କରାଯାଇଛି। ଉନ୍ନତ ବୈଷୟିକ ଜ୍ଞାନକୌଶଳର ବିନିଯୋଗ କରି ମନ୍ଦିର ଗର୍ଭଗୃହରୁ ବାଲି କାଢ଼ିବାକୁ ଯୋଜନା ହୋଇଛି । ମନ୍ଦିର ଭିତରୁ ବାଲି କାଢ଼ିବା ଲାଗି ପ୍ରାୟ ୩ ବର୍ଷ ସମୟ ଲାଗିବ ବୋଲି ଆକଳନ କରାଯାଇଛି ।

ବାଲି କାଢ଼ିବା ପାଇଁ ବୈଷୟିକ ଜ୍ଞାନ କୌଶଳ ଯୋଗାଇବାକୁ  ବିଡିଆର ନିର୍ମାଣ ହେବ। ଏହି ନିର୍ମାଣ କାର୍ଯ୍ୟ ଘରୋଇ ସଂସ୍ଥାକୁ ଦିଆଯିବ। ଘରୋଇ କଂପାନୀ କେବଳ ବୈଷୟିକ ଜ୍ଞାନ କୌଶଳ ଯୋଗାଇବ ଓ ବାଲି କାଢିବା କାର୍ଯ୍ୟରେ ଏଏସଆଇର କର୍ମଚାରୀମାନେ ନିୟୋଜିତ ହେବେ ବୋଲି କୁହାଯାଇଛି । ପଶ୍ଚିମ ଦ୍ବାର ପଟୁ ଗର୍ତ୍ତ କରି ବାଲି କଢାଯିବାକୁ ରହିଛି ଯୋଜନା।  

Leave a Reply

Your email address will not be published. Required fields are marked *