ଜୁନ୍ ରୁ ଆଜି ୫ ଜୁଲାଇ ମଧ୍ୟରେ ରାଜ୍ୟରେ ୧୭୬.୫ ମି.ମି. ବର୍ଷା ରେକର୍ଡ଼

Spread the love

ଭୁବନେଶ୍ଵର : ଚଳିତ ମୌସୁମୀ ଋତୁରେ ୧ ଜୁନ୍ ରୁ ଆଜି ୫ ଜୁଲାଇ ମଧ୍ୟରେ ରାଜ୍ୟରେ ୧୭୬.୫ ମି.ମି. ବର୍ଷା ରେକର୍ଡ଼ କରାଯାଇଛି, ଯାହା ସ୍ଵାଭାବିକ ବର୍ଷା ୨୫୫.୮ ମି.ମି. ତୁଳନାରେ ୩୧ ପ୍ରତିଶତ କମ୍ ରହିଛି ।

ଏହି ସମୟ ମଧ୍ୟରେ ଦେବଗଡ ଜିଲ୍ଲାରେ ସର୍ବାଧିକ ବର୍ଷା ୩୩୧.୮ ମି.ମି. ବର୍ଷା ରେକର୍ଡ ହୋଇଛି, ଯାହା ସ୍ଵାଭାବିକ ବର୍ଷା ତୁଳନାରେ ୩୧ ପ୍ରତିଶତ ଅଧିକ ରହିଛି । ସେହିପରି ରାୟଗଡା ଜିଲ୍ଲାରେ ସର୍ବନିମ୍ନ ୬୪.୮ ମିମି ବର୍ଷା ରେକର୍ଡ ହୋଇଛି ଯାହା ସ୍ଵାଭାବିକ ବର୍ଷା ତୁଳନାରେ ୭୧ ପ୍ରତିଶତ କମ୍ ରହିଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *