ବାରିପଦା ବସ ଷ୍ଟାଣ୍ଡରେ ଗୋଷ୍ଠୀ ସଂଘର୍ଷ: ବସ ଚଳାଚଳ ବନ୍ଦ

Spread the love

ମୟୂରଭଞ୍ଜ ଜିଲ୍ଲା ବାରିପଦା ବସ ଷ୍ଟାଣ୍ଡରେ ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ। ବସ ଷ୍ଟାଣ୍ଡରେ ଛୁରାମାଡ଼ ହୋଇଥିବା ଅଭିଯୋଗ। ୮ ଜଣ ଗୁରୁତର ହୋଇଛନ୍ତି। ପ୍ରଭାବରେ ବସ ଚଳାଚଳ ସମ୍ପୂର୍ଣ ଭାବେ ବନ୍ଦ ରହିଛି।  ସୂଚନା ମୁତାବକ, କୌଣସି କାରଣରୁ ଦୁଇ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରେ ଯୁକ୍ତିତର୍କ ଉଗ୍ରରୂପ ଧାରଣ କରିଥିଲା। ଫଳରେ ଗୋଟେ ଗୋଷ୍ଠୀ ଅନ୍ୟ ଏକ ଗୋଷ୍ଠୀର ଯୁବକକୁ ଛୁରୀରେ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି। ସେପଟେ ଗୁରୁତ୍ୱରଙ୍କୁ ବାରିପଦା ମେଡିକାଲାରେ ଭର୍ତ୍ତି କରାଯାଇଛି। ଘଟଣାର ସଂମ୍ପର୍କରେ ଜାଣିବାପରେ ପୋଲିସ ବସଷ୍ଟାଣ୍ଡରେ ପହଂଚି ତଦନ୍ତ ଜାରି ରଖିଛି। ତେବେ ଗୋଷ୍ଠୀ ସଂଘର୍ଷର ପ୍ରକୃତ କାରଣ ଏବଂ ଘଟଣା ଭିଆଇଥିବା ଲୋକଙ୍କ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ । ବସ ମାଲିକ ୪ଜଣ ଓ ଗଣ୍ଡଗୋଳ ଭିଆଇଥିବା ୫ ଜଣଙ୍କୁ ପୋଲିସ ଅଟକ ରଖି ଅଧିକ ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *