ଅଗ୍ନିକାଣ୍ଡରେ ଜଳିଗଲା ପାଞ୍ଚ ବାଇକ ଓ କାର

Spread the love

ସୁବର୍ଣ୍ଣପୁର: ଗ୍ୟାରେଜରେ ନିଆଁଲାଗି ଜଳିଗଲା ବାଇକ ଓ କାର । ଘଟଣାଟି ଘଟିଛି ସୁବର୍ଣ୍ଣପୁରୁ ଜିଲ୍ଲା ବନିକା ସହର ଡେଲି ମାର୍କେଟରେ ।  ଗ୍ୟାରେଜଟି ବିନିକାର ସହରର ନରେନ୍ଦ୍ର ସାହୁଙ୍କର ବୋଲି ଜଣାପଡିଛି । ଏହି ଅଗ୍ନିକାଣ୍ଡରେ 5 ବାଇକ ସହ ଗୋଟେ କାର ଜଳି ପୋଡି ପାଉଁସ ହୋଇଯାଇଛି ।  

ସୂଚନା ମୁତାବକ ସୋମବାର ବିଳମ୍ବିତ ରାତିରେ ବିନିକା ସହରରେ ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ସହର ମଝିରେ ଥିବା ଡେଲି ମାର୍କେଟ ନିକଟ ଏକ ବାଇକ ଗ୍ୟାରେଜରେ ଧୁଆଁ ବାହରୁଥିବାର ଦେଖିଥିଲେ । ସେମାନେ ଘଟଣା ସ୍ଥଳକୁ ଯାଇ ଦେଖନ୍ତି ତ ଗ୍ୟାରେଜରେ ନିଆଁ ଲାଗିଥିଲା  । ସେମାନେ ତୁରନ୍ତ ବିନିକା ଦମକଳ ବାହୀନିକୁ ଖବର ଦେଇଥଇଲେ । ସେଠାରେ ଦମକଳ ବାହୀନି ପହଞ୍ଚି ତୁରନ୍ତ ନିଆଁକୁ ଆୟତ୍ତ କରିଥିଲେ । ନିଆଁ ଆୟତ୍ତ ହୋଇଥିଲେ ମଧ୍ୟ ସେଠାରେ ଥିବା କାର, ବାଇକ ଓ ଟାୟାରରେ ନିଆଁ ଲାଗି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା ।

ତେବେ ଏହି ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବାବେଳେ  ଏଥିରେ କେହି ଆହାତ ହୋଇନାହାନ୍ତି ।

Leave a Reply

Your email address will not be published. Required fields are marked *