BISCTC_Danda Jatra_PKG..WP
() ଆମ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ପାଳିତ ହେଉଛି ଗଂଜାମର ପ୍ରସିଦ୍ଧ ଦଣ୍ଡ ଯାତ୍ରା । ଦ୍ୱିତୀୟ ଥର ପାଇଁ ରାୟଗଡା ଜିଲ୍ଲା ବିଷମ କଟକରେ ମଧ୍ୟ ଦଣ୍ଡଯାତ୍ରାର ଆୟୋଜନ କରାଯାଇଛି । ମୁଖ୍ୟ ରାସ୍ତା ଉପରେ ମା ଦଣ୍ଡ କାଳୀ ସ୍ଥାପନା କରି ମାଁ ଦଣ୍ଡ କାଳୀଙ୍କ ଧୂଳି ଦଣ୍ଡ ମଧ୍ୟମରେ ପୌରାଣିକ କଥା ବସ୍ତୁକୁ ନାଟ୍ୟ ରୂପାନ୍ତରଣ କରି ମା ଦଣ୍ଡକାଳୀ ପବିତ୍ର ଦଣ୍ଡ ଯାତ୍ରା ଅନୁଷ୍ଠିତ ହେଉଛି।…
ରାୟଗଡା ଜିଲ୍ଲା ବିଷମ କଟକରେ ଦ୍ୱିତୀୟଥର ପାଇଁ ମା ଦଣ୍ଡକାଳୀଙ୍କ ପବିତ୍ର ଦଣ୍ଡ ଯାତ୍ରା ଅନୁଷ୍ଠିତ ହୋଇଛି। ମା ଦଣ୍ଡକାଳୀ ପୂଜା କମିଟି ନିମନ୍ତ୍ରଣ କରିବା ପରେ ଗଞ୍ଜାମ ଜିଲ୍ଲାର କାଳିଦାସପୁରର ୭୦ଜଣ ଦଣ୍ଡୁଆ ଚାଲି ଚାଲି ବିଷମ କଟକ ସହରରେ ପହଞ୍ଚିଥିଲେ । ଦଣ୍ଡୁଆମାନଙ୍କୁ ନିମନ୍ତ୍ରଣ କରି ବିଷମ କଟକ ସହର ପରିକ୍ରମା କରାଯାଇଥିଲା । ପ୍ରତ୍ୟେକ ସାହି ରେ ମହିଳାମାନେ ପୂଜାର୍ଚ୍ଚନା କରି ପଟୁଆରର ସହ ମାଆ ଦଣ୍ଡକାଳୀ ଙ୍କୁ ପୂଜାର୍ଚ୍ଚନା କରି ଆର୍ଶୀବାଦ ଭିକ୍ଷା କରିଥିଲେ । ଏହି ପବିତ୍ର ଦଣ୍ଡ ଯାତ୍ରା ଦେଖିବା ପାଇଁ ବିଷମ କଟକ ଓ ଆଖପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଭିଡ ଜମାଇଥିଲେ । ପୂଜା କମିଟି ସଦସ୍ୟ ଏବଂ ଗ୍ରାମବାସୀଙ୍କ ସହଯୋଗରେ ପୂଜା ସୁରୁଖୁରୁରେ ସମାପନ ହୋଇଛି ।…
ନିଜ ଶରୀରକୁ କଷ୍ଟ ବା ଦଣ୍ଡ ଦେଇ ମହାଦେବ ଏବଂ ମାଆ କାଳି ଙ୍କ ଉଦେଶ୍ୟରେ ଏହି ଦଣ୍ଡ ଯାତ୍ରା କରାଯାଏ । ପୌରାଣିକ କଥା ବସ୍ତୁକୁ ନାଟ୍ୟ ରୂପାନ୍ତରଣ ମାଧ୍ୟମରେ ଲୋକଙ୍କୁ ଜଣାଇବା ଦଣ୍ଡୁଆମାନଙ୍କ ମୂଳ ଲକ୍ଷ୍ୟ । ମାଁ ଦଣ୍ଡକାଳୀଙ୍କ ପବିତ୍ର ଦଣ୍ଡଯାତ୍ରାରେ ମାନସିକ ଧାରୀ ମାନେ ନିଷ୍ଠା ଓ ଏକାଗ୍ରତା ସହ ପାଳନ କରିଥାନ୍ତି। ଏହି ଯାତ୍ରା ଚଳିତ ବର୍ଷର ଚୈତ୍ରମାସରେ ପାଳନ କାରାଯାଇ ବିଷୁବ ସଂକ୍ରାନ୍ତି ଦିନ ଶେଷ ହୋଇଥାଏ…
ମାନସିକଧାରୀ ଦଣ୍ଡୁଆ ମାନେ ବିଷୁବ ସଂକ୍ରାନ୍ତି ପର୍ଯ୍ୟନ୍ତ ଗାଁ ଗାଁ ବୁଲି ନିଜ ଶରୀରକୁ କଷ୍ଟ ବା ଦଣ୍ଡ ଦେଇ ମହାଦେବ ଏବଂ ମାଁ କାଳି ଙ୍କ ଉଦେଶ୍ୟରେ ଏହି ଦଣ୍ଡ ଯାତ୍ରା କରିଥାନ୍ତି ।
ଜି.ଶ୍ରୀନିବାସ କୁମାରଙ୍କ ରିପୋର୍ଟ

Naxatra News is now on Whatsapp
Join and get latest news update delivered to you via whatsapp
Join Now