ହାତୀ ଆକ୍ରମଣରେ ମହିଳା ମୃତ

Spread the love

ଖୋର୍ଦ୍ଧା: ମର୍ଣ୍ଣିଂୱାର୍କ କରିବା ବେଳେ ହାତୀ ଆକ୍ରମଣ । ଆକ୍ରମଣରେ ଜଣେ ମହିଳା ଗୁରୁତର ଥିବାବେଳେ ଅନ୍ୟ ଜଣଙ୍କର ମୃତ୍ୟୁ ଘଟିଛି । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଖୋର୍ଦ୍ଧା ଟାଉନ ଥାନା ଅଧୀନ ପାନବରଜ ଗ୍ରାମରେ । ମୃତକ ମହିଳା ଜଣକ ହେଲେ କିରଣବାଳା ମଙ୍ଗରାଜ

ସୂଚନା ଅନୁଯାୟୀ ସୋମବାର ସକାଳେ କିରଣବାଳା ଅନ୍ୟଜଣେ ମହିଳାଙ୍କ ସହ ମର୍ଣ୍ଣିଂୱାର୍କ କରିବାକୁ ଯାଇଥିଲେ । ସେମାନେ ପାନବରଜ ଖେଳପଡିଆ ନିକଟରେ ଯାଉଥିବାବେଳେ ହଠାତ ସେମାନଙ୍କ ସାମ୍ନାକୁ ଏକ ହାତୀ ଚାଲିଆସିଥିଲା । ସେମାନେ କୌଣସି ମତେ ସେଠାରୁ ପଳେଇ ଯିବାକୁ ଚେଷ୍ଟା କରୁଥିବା ସମୟରେ କିରଣବାଳାକୁ ହାତୀ ଟେକି କଚାଡିଦେଇ ଚକଟି ଦେଇଥିଲା । ଫଳରେ ଘଟଣାସ୍ଥଳରେ କିରଣବାଳାଙ୍କର ମୃତ ହୋଇଯାଇଥିଲା ।

ଅନ୍ୟ ମହିଳାଜଣକ ହାତୀ ଆକ୍ରମଣରେ ଗୁରୁତର ଆହତ ହୋଇଥିଲେ ପରେ ସେଠାରୁ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଉକ୍ତ ଘଟଣା ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି ।

Leave a Reply

Your email address will not be published. Required fields are marked *