Ganjam

ଇଭିଏମ ପରୀକ୍ଷଣ

ଗଂଜାମ : ସାଧାରଣ ନିର୍ବାଚନ ପାଇଁ ଗଂଜାମଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି । ହାଇଦ୍ରାବାଦ ଇସିଆଇଏଲ ରୁ ଆସିଥିବା ଇଭିଏମ ଗୁଡିକର ପରୀକ୍ଷଣ ସହ ସ୍କ୍ରନିଏବଂ ଏଟିପି କରାଯାଇଛି । ୨୫୦ ଜଣ କର୍ମଚାରୀ ମେସିନ ବ୍ୟବହାର ସଂପର୍କରେ ତାଲିମ ନେଇଛନ୍ତି । ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ କଡା ସୁରକ୍ଷା ମଧ୍ୟରେ ମେସିନ ଗୁଡିକ ରଖାଯାଇଛି । ଅତିରିକ୍ତ ଜିଲାପାଳ ଲୀନା କୁମାରୀ ଖେସ ସ୍ଥିତି ଅନୁଧ୍ୟାନ କରିଥିଲେ । ସହକାରୀ ଜିଲାପାଳ(ନିର୍ବାଚନ)ଓମ୍ ପ୍ରକାଶ ପରିଡାଙ୍କ ଉପସ୍ଥିତିରେ ସବୁ ମେସିନ ସ୍କ୍ରିନିଂ ଓ ଏଟିପି କରାଯାଇଛି ।

Related Articles

Leave a Reply

Your email address will not be published.

Back to top button