ଡକ୍ଟରସ ଫୋରମର ମାସିକ ବୈଠକ

Spread the love

ଗଞ୍ଜାମ : ସ୍ଥାନୀୟ ବାବାଜୀ ତୋଟା ସାହି ସ୍ଥିତ ହୋଟେଲ ଜି.ବି. ପ୍ରଜ୍ଞାନ ଠାରେ ସଭାପତି ଡ଼ା. ଶଙ୍କର୍ଷଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଡକ୍ଟରସ୍ ଫୋରମ୍ ର ମାସିକ ବୈଠକ ଏବଂ ବୌଦ୍ଧିକ ଆଲୋଚନାଚକ୍ର ଗତକାଲି ଅନୁଷ୍ଠିତ ହୋଇଯାଇଛି। ବିଗତ ଦିନରେ ବାହାନଗା ଠାରେ ହୋଇଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଶତାଧିକ ବ୍ୟକ୍ତିମାନଙ୍କ ଆତ୍ମାର ସଦଗତି କାମନା କରି ତିନି ଥର ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ ସହ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ବରିଷ୍ଠ ଦନ୍ତ ବିଶେଷଜ୍ଞ ଡ଼ା. ପ୍ରତୀକ ପଟ୍ଟନାୟକ ମୂଖ୍ୟବକ୍ତା ଭାବେ ଯୋଗଦେଇ ବିଭିନ୍ନ ପ୍ରକାର ଜଟିଳ ଦନ୍ତ ଓ ମାଢ଼ୀ ରୋଗର ସଫଳ ଶଲ୍ୟ ଚିକିତ୍ସାର ସ୍ଲାଇଡ ମାଧ୍ୟମରେ ବିସ୍ତୃତ ଆଲୋଚନା କରିଥିଲେ। ସମ୍ମାନିତ ଅତିଥି ଭାବେ ବରିଷ୍ଠ ଚକ୍ଷୁ ବିଶେଷଜ୍ଞ ପ୍ରଫେସର ବି.ଏନ.ଆର୍. ସୁବୁଦ୍ଧି ଯୋଗଦେଇ ଗ୍ରାମାଞ୍ଚଳରେ ଅଧିକ ସ୍ଵାସ୍ଥ୍ୟ ସେବା ଯୋଗାଇ ଦେବାକୁ ପରାମର୍ଶ ଦେଇଥିଲେ। ସମ୍ପାଦକ ଡ଼ା. ଅତୁଲ୍ୟ କୁମାର ପଟ୍ଟନାୟକ ବିଗତ ମାସରେ ଅନୁଷ୍ଠିତ ଫୋରମ୍ ର କାର୍ଯକ୍ରମ ଏବଂ ଆଗାମୀ ଦିନରେ ହେବକୁ ଥିବା କାର୍ଯକ୍ରମ ସମ୍ପର୍କରେ ଅବଗତ କରିଥିଲେ। ଫୋରମ୍ ର ଏହି ମାସରେ ଜନ୍ମିତ ସଭ୍ୟ ଡ଼ା. ଗାନ୍ଧୀ ଚୌଧୁରୀ, ଡ଼ା. ପ୍ରସନ୍ନ କୁମାର କର, ଡ଼ା. କିରନ କୁମାର ପାଣଗ୍ରାହୀ, ଡ଼ା. ଅନିଲ କୁମାର ସାହୁ, ଡ଼ା. ଭାସ୍ଵତି ପଣ୍ଡା, ଡ଼ା. ମୀରାବାଇ ପଣ୍ଡା, ଡ଼ା. ରାମକୃଷ୍ଟନ ସାହୁ, ଡ଼ା. ଦେବୀ ପଟ୍ଟନାୟକ, ଡ଼ା. ଶିଶିର ପଣ୍ଡାଙ୍କୁ ଜନ୍ମଦିନର ଶୁଭେଚ୍ଛା ସହ ପୁଷ୍ପ ପ୍ରଦାନ ସହ ଉତ୍ତମ ସ୍ବାସ୍ଥ୍ୟ ଓ ଦୀର୍ଘ ଜୀବନ କାମନା କରାଯାଇଥିଲା।

ଏହି ମାସରେ ନୂତନ ସଦସ୍ୟ ଭାବେ ଡ଼ା. ଶିଶିର କୁମାର ପଣ୍ଡା, ଡ଼ା. ପୀତବାସ ସାହୁ, ଡ଼ା. ଗୁଣାକର ରଥ ଫୋରମ୍ ରେ ଯୋଗ ଦେଲେ। ଉକ୍ତ ଆଲୋଚନାଚକ୍ରରେ ଡ଼ା. ରେଣୁପ୍ରଭା ଶତପଥି, ଡ଼ା. ଲିଲିମା ଦାସ, ଡ଼ା. ବିପିନ ବିହାରୀ ସାହୁ, ଡ଼ା. ରାମଚନ୍ଦ୍ର ରଥ, ଡ଼ା. ବିଜୟ କୁମାର ସୁବୁଦ୍ଧି, ଡ଼ା. ପ୍ରଶାନ୍ତ ପଣ୍ଡା, ଡ଼ା. ରବୀନ୍ଦ୍ର ଗନ୍ତାୟତ, ଡ଼ା. ସ୍ଵେତା ମହାନ୍ତି, ଡ଼ା. ହୃଷିକେଶ ମହାନ୍ତି, ଡ଼ା. ସୁରଜିତ ପାଣଗ୍ରାହୀ ଉପସ୍ଥିତ ଥିଲେ। ଉକ୍ତ କାର୍ଯକ୍ରମକୁ କୋଷାଧ୍ୟକ୍ଷ ଡ଼ା. ସମରେନ୍ଦ୍ର ସାହୁ ପରିଚାଳନା କରିଥିଲେ। ଡ଼ା. କିରଣ ପାଣଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ଜାତୀୟ ସଙ୍ଗୀତ ଗାନ କରାଯାଇ ସଭା ସାଙ୍ଗ ହୋଇଥିଲା।

Leave a Reply

Your email address will not be published. Required fields are marked *