ସମୁଦ୍ର ବୁଡି ଜଣେ ଛାତ୍ରୀ ମୃତ, ୧ ନିଖୋଜ

Spread the love

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ଗାଁ ନିକଟ ସମୁଦ୍ରରେ ଗାଧୋଉଥିବା ବେଳେ ଦୁଇ ଜଣ ଛାତ୍ରୀ ବୁଡି ଯାଇଥିଲେ । ସେମାନଙ୍କ ମଧ୍ୟରୁ ଜଣକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ନିଖୋଜ ଅଛନ୍ତି । ଯାତ୍ରା ଦେଖିବାକୁ ମାମୁଁଘରକୁ ୫ ଜଣ ସାଙ୍ଗ ହୋଇ ଆସିଥିବା ବେଳେ ଆଜି ସକାଳେ ସେମାନେ ସମୁଦ୍ରକୁ ଗାଧୋଇବାକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଛି । ଖବର ପାଇ ଓଡ଼୍ରାଫ୍ ଟିମ୍ ଘଟଣାସ୍ଥଳରେ ପହଂଚି ନିଖୋଜ ଛାତ୍ରୀଙ୍କୁ ଖୋଜାଖୋଜି କରୁଛି । ତେବେ ଅପରାହ୍ନ ୧ଟା ସୁଦ୍ଧା ନିଖୋଜ ଛାତ୍ରୀଙ୍କ କୌଣସି ସନ୍ଧାନ ମିଳିନି ।

Leave a Reply

Your email address will not be published. Required fields are marked *