୯ଟା ୧୫ ସୁଧା ଅଫିସ ଆସିବେ ସରକାରୀ କର୍ମଚାରୀ,ନହେଲେ କଟିବ ଦରମା

Spread the love

ସରକାରୀ କର୍ମଚାରୀଙ୍କୁ ୯ଟା ୧୫ ସୁଧା ଅଫିସ ଆସିବାକୁ  କେନ୍ଦ୍ରର ତାଗି । ନହେଲେ କଟିବ ଦରମା । ଏଣିକି ବିଳମ୍ବରେ ଅଫିସ୍ ଆସୁଥିବା କର୍ମଚାରୀଙ୍କ ବିରୁଦ୍ଧରେ ନିଆଯିବ କାର୍ୟ୍ୟାନୁଷ୍ଠାନ । ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଅଫିସରେ ନ ପହଂଚିଲେ ଅଧା ଦିନର ଦରମା କଟିବା ନେଇ କର୍ମଚାରୀଙ୍କୁ ଚେତାବନୀ ଦେଇଛି କେନ୍ଦ୍ର । କେନ୍ଦ୍ରର କର୍ମଚାରୀ ଏବଂ ତାଲିମ ବିଭାଗ ଦେଶର ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ ଅଫିସରେ ଯୋଗଦାନ କରିବାର ଗୋଟିଏ ନିର୍ଦ୍ଦିଷ୍ଟ ସମୟ ସୀମା ଧାର୍ୟ୍ୟ କରିଛି । ସମସ୍ତ କର୍ମଚାରୀ ସକାଳ ୯.୧୫ ମଧ୍ୟରେ ଅଫିସରେ ପହଂଚିବାକୁ ବାଧ୍ୟ । ଯଦି ନିର୍ଦ୍ଧାରିତ ସମୟ ପରେ ଅଫିସ୍ ବାୟୋମେଟ୍ରିକରେ ପଂଚ୍ ହୋଇଥାଏ, ତେବେ ସମ୍ପୃକ୍ତ କର୍ମଚାରୀଙ୍କର ଅଧା ଦିନର ଦରମା କାଟି ଦିଆଯିବ ।

Leave a Reply

Your email address will not be published. Required fields are marked *