କାମରେ ଆସୁନି ସରକାରୀ ଶ୍ମଶାନ

Spread the love

() ସରକାର କୋଟି କୋଟି  ଟଙ୍କା ଖର୍ଚ୍ଚ କରି ଖୋର୍ଦ୍ଧା ଟିଏଲସି ରୋଡରେ ଶ୍ମଶାନ ନିର୍ମାଣ କରିଛନ୍ତି। ହେଲେ ଏହା ଲୋକଙ୍କ କାମରେ ଆସୁନି।  ସେପଟେ କିନ୍ତୁ ଖୋର୍ଦ୍ଧା ବିଧାୟକ କହିଛନ୍ତି ଖୁବ୍‌ ଶୀଘ୍ର ଏହି ସ୍ମାର୍ଟ ଶ୍ମଶାନର ଉଦଘାଟନ ହେବ ।

ଖୋର୍ଦ୍ଧା ପୌର ପରିଷଦ ଟିଏଲ୍‌ସି ରାସ୍ତାରେ ଥିବା ସର୍ବ ପୁରାତନ ଶ୍ମଶାନକୁ ସ୍ମାର୍ଟ ଶ୍ମଶାନ କରିବାକୁ ଜିଲ୍ଲା ପ୍ରଶାସନ ଚାରି ବର୍ଷ ତଳେ ନିର୍ମାଣ କାମ ଆରମ୍ଭ କରିଥିଲା । ଇତି ମଧ୍ୟରେ ଚାରିବର୍ଷ ବିତି ସାରିଛି । ହେଲେ ନିର୍ମାଣ ହୋଇଥିବା ଶ୍ମଶାନରେ  ତାଲା ପଡିଛି।  ଏହି ସ୍ମାର୍ଟ ଶ୍ମଶାନରେ ଶବଦାହ ପାଇଁ ଅନେକ ସୁବିଧା ରହିଛି। ହେଲେ ତାହା କିଛି କାମରେ ଆସୁନି।  ଏଠାକୁ ଶବ ଦାହ ପାଇଁ ଆସୁଥିବା ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।  

ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ମାର୍ଟ ଶ୍ମଶାନ ନିର୍ମାଣରେ ଖର୍ଚ୍ଚ ହୋଇଛି କୋଟି କୋଟି ଟଙ୍କା।  ଏଠାରେ ଶବଦାହ ପାଇଁ  ରହିବାକୁ ଘର, ଇଲେକ୍ଟ୍ରୀ ଚୁଲା, ପାନୀୟ ଜଳ, ଆଲୋକୀକରଣର ବ୍ୟବସ୍ଥା ରହିଛି । ହେଲେ ଏହା ରାଜନୈତିକ ଇଚ୍ଛାଶକ୍ତିର ଅଭାବରୁ ବନ୍ଦ ହୋଇ ପଡିରହିଛି।  ସେପଟେ ଖୋର୍ଦ୍ଧା ବିଧାୟକ କହିଛନ୍ତି କାମ ଅଳ୍ପ ବାକି ରହିଛି , ଖୁବ୍‌ଶୀଘ୍ର ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉଦ୍‌ଘାଟନ କରାଯିବ ।ପ୍ରକାଶ ହାତୀଙ୍କ ରିପୋ

Leave a Reply

Your email address will not be published. Required fields are marked *