ନବରଙ୍ଗପୁର: ଦୁର୍ଘଟଣାରେ ଚାଲିଗଲା ସ୍ତ୍ରୀର ଜୀବନ । ଦିବ୍ୟାଙ୍ଗ ହୋଇଗଲେ ମହାଦେବ । ଅଧାରୁ ପାଠ ଛାଡିଲେ ପିଲାଏ । ଯେଉଁଠି ଘର ଚଳିବା କଷ୍ଟକର ସେଠୀ ସେମାନେ ପାଠ ବି ପଢିବେ କେମିତି । ଆମେ କହୁଛୁ ନବରଙ୍ଗପୁର ଜିଲ୍ଲା କୋଷାମୁଗୁଡାରେ ରହୁଥିବା ମହାଦେବ ଭତରାଙ୍କ କଥା । ଦୁର୍ଘଟଣାରେ ଦିବ୍ୟାଙ୍ଗ ହେବାପରେ ଶଯ୍ୟାସାୟୀ ହୋଇଛନ୍ତି । ପରିବାର ଚଳିବା କଷ୍ଟସାଧ୍ୟ ହୋଇଛି ଯାହାକୁ ନେଇ ସରକାରୀ ସହାୟତା ପାଇଁ ଅନୁରୋଧ କରିଛନ୍ତି ମହାଦେବ..।
ଗୋଟିଏ ଦୁର୍ଘଟଣା, ଆଉ ଉଜୁଡିଗଲା ସଂସାର। ସ୍ତ୍ରୀ ଛାଡି ଚାଲିଗଲା ଆରପାରିକୁ,ପୁଅ,ଝିଅ ଅଧାରୁ ପାଠ ଛାଡିଲେ । ଦିବ୍ୟାଙ୍ଗ ହୋଇଗଲେ ମହାଦେବ । ନବରଙ୍ଗପୁର ଜିଲ୍ଲା କୋଷଆଗୁମୁଡା ବ୍ଲକ ଉକିଆପାଲି ଗାଁର ମହାଦେବ ଭତରା। ଦୁର୍ଘଟଣାରେ ସ୍ତ୍ରୀ ଚାଲିଗଲେ ହେଲେ ଗୁରୁତର ହୋଇ କୋଷାଗୁମୁଡ଼ା ମେଡିକାଲରେ ଭର୍ତି ହେଲେ ମହାଦେବ । ଜୀବନ ସିନା ବଞ୍ଚିଗଲା ହେଲେ ସେ ଚାଲିବାର ସାମର୍ଥ୍ୟ ହରାଇବସିଲେ । ଭଲ ଦି’ପଇସା ରୋଜଗାର କରି ପରିବାର ପ୍ରତିପୋଷଣ କରୁଥିବା ମହାଦେବ ଏବେ ପଙ୍ଗୁ ଓ ଶଯ୍ୟାସାୟୀ ହୋଇପଡିଛନ୍ତି । ଯେଉଁଠି ପେଟକୁ ଦାନା ଦେବାକୁ ଟଙ୍କା ନାହିଁ ସେଠି ଚିକିତ୍ସା ଆଉ ପିଲାଙ୍କ ପାଠପଢା କଥା ପଚାରେ କିଏ । ଏଭିଳି ଦୁର୍ଦ୍ଦଶାରେ ସମ୍ପକୀୟ, ଗ୍ରାମବାସୀ ଯାହା ସାହାଯ୍ୟ କରୁଛନ୍ତି ତାହା ସମୁଦ୍ରକୁ ଶଙ୍ଖେ । ସ୍ତ୍ରୀର ମୃତ୍ୟୁରେ ବୀମା ମିଳିବାର ଥିଲେ ମଧ୍ୟ ଏଯାଏ ତାହା ମିଳିନାହିଁ। ସରକାରୀ ସହାୟତାକୁ ଅପେକ୍ଷା କରିଛନ୍ତି ମହାଦେବ।
ଦୁର୍ଘଟଣା ଘଟିବାର ପରଦିନ ଦୁର୍ଘଟଣା ଘଟାଇଥିବା ଟିପ୍ପର ମାଲିକର ଆଲୋଚନା ପରେ ମହାଦେବଙ୍କ ପରିବାରକୁ ୪୦ ହଜାର ଟଙ୍କା ଓ ବୀମା ରାଶି ଯୋଗାଇଦେବାକୁ କଥା ହୋଇଥିଲେବି ଆଜି ଯାଏ ତାହା ମିଳିନାହିଁ । କାମ କରିବା ବୟସରେ ଯଦି ଦିବ୍ୟାଙ୍ଗ ହୋଇ ଘରେ ପଡିରହିବା ପରେ ଏବେ ସନ୍ତାନଙ୍କ ଭବିଷ୍ୟତ ଚିନ୍ତା ଘାରିଛି ମହାଦେବଙ୍କୁ । ତେଣୁ ସେ କୌଣସି ସହୃଦୟ ବ୍ୟକ୍ତି କିମ୍ବା ସରକାରୀ ସାହାଯ୍ୟ ପାଇଁ ଅପେକ୍ଷା କରିଛନ୍ତି ।
ମହାଦେବଙ୍କ ଏଭଳି ଦୁର୍ଦ୍ଦିନରେ ତାଙ୍କ ବୀମା ଟଙ୍କା କିଭଳି ଯଥାଶୀଘ୍ର ମିଳିପାରିବ ସେଦିଗରେ ଜିଲ୍ଲା ପ୍ରଶାସନ ଯଦି ଚେଷ୍ଟା କରନ୍ତେ ତାହେଲେ ଗୋଟିଏ ପରିବାର ପୁଣିଥରେ ହସି ଉଠନ୍ତା ବୋଲି ସ୍ଥାନୀୟ ଲୋକେ କୁହନ୍ତି।
ରବି ପଟ୍ଟନାୟକଙ୍କ ରିପୋର୍ଟ
Naxatra News is now on Whatsapp
Join and get latest news update delivered to you via whatsapp
Join Now