ପୁଣି ଲେଉଟିଲା ତାତି , ୪୦ ଡିଗ୍ରୀ ଉପରେ ୧୪ ସହର 

Spread the love

ଭୁବନେଶ୍ୱର – ରାଜ୍ୟକୁ ପୁଣି ଫେରିଛି ତାତି । ରାଜଧାନୀ ସମେତ ରାଜ୍ୟର ଅଧିକାଂଶ ସହରରେ ଭୀଷଣ ଖରା ଓ ଗୁଳୁଗୁଳି ପରିଲକ୍ଷିତ ହେଉଛି । ଆଗକୁ ତାପମାତ୍ରା ଆହୁରି ବଢିବାର ସମ୍ଭାବନା ରହିଛି । ସୋମବାର

 ୪୦ ଡିଗ୍ରୀ ଉପରେ ରାଜ୍ୟର ୧୪ ସହରର ତାପମାତ୍ରା ରେକର୍ଡ ହୋଇଛି । ୪୨ ଡିଗ୍ରୀ ସହ ବୌଦ୍ଧ ସର୍ବାଧିକ ଉତପ୍ତ ସହର ପାଲଟିଛି ।

ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ବୌଦ୍ଧରେ ସର୍ବାଧିକ ୪୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଝାରସୁଗୁଡ଼ା ଓ ସମ୍ବଲପୁରରେ ୪୧.୬ ଡିଗ୍ରୀ , ରାଉରକେଲା ୪୧.୪ ଡିଗ୍ରୀ, ଅନୁଗୁଳ ୪୧.୧ ଡିଗ୍ରୀ, ସୁନ୍ଦରଗଡ଼ ୪୧ ଡିଗ୍ରୀ , ତାଳଚେର ୪୦.୮ଡିଗ୍ରୀ , ବଲାଙ୍ଗିର ଓ ଜଗତସିଂହପୁର ୪୦.୫ ଡିଗ୍ରୀ , ଚାନ୍ଦବାଲି ୪୦.୨ ଡିଗ୍ରୀ, ଟିଟଲାଗଡ, ସୋନପୁର, ନୟାଗଡ ଓ କେନ୍ଦ୍ରାପଡାରେ ୪୦ ଡିଗ୍ରୀ ରେକର୍ଡ ହୋଇଛି । ସେହିପରି କଟକ ୩୯.୫ ଏବଂ ଭୁବନେଶ୍ୱର ୩୮.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।

Leave a Reply

Your email address will not be published. Required fields are marked *