ସମ୍ବଲପୁରରେ ଜନ ଆନ୍ଦୋଳନ

Spread the love

ସମ୍ବଲପୁର: ପଶ୍ଚିମ ଓଡିଶାରେ ସ୍ଥାୟୀ ବେଞ୍ଚ ସ୍ଥାପନା ପାଇଁ ହୋଇଆସୁଥିବା ଦାବି ଆଜି ଜୋର ଧରିଛି।  ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବୀ ଆର ପାର ର ଲଢେ଼ଇ ହୋଇଛି । କୋର୍ଟ ସାମ୍ନା ରେ ଆନ୍ଦୋଳନ ଉଗ୍ର ଥିବାରୁ ସମସ୍ତ ବିଚାରପତିମାନଙ୍କୁ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ କୋର୍ଟ ପଛପଟୁ ଅଣାଯାଇ କୋର୍ଟ ରେ ଛଡା ଯାଇଥିଲା । ବିଚାରପତି କୋର୍ଟ ଭିତରେ ଥିବା ସୂଚନା ମିଳିବା ପରେ  ହଜାର ହଜାର ଆନ୍ଦୋଳନକାରୀ ପୁଲିସ ସୁରକ୍ଷା ବଳୟକୁ ଭାଙ୍ଗି କୋର୍ଟ ଭିତରକୁ ପସିବାକୁ ଚେଷ୍ଟା କରିଥିବା ବେଳେ ଦେଖାଦେଇଛି ଉତ୍ତେଜନା। କିଛି ସମୟ ପାଇଁ ସେଠାରେ ମୁହାଁମୁହିଁ ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଛି।

ଦୀର୍ଘ ବର୍ଷରୁ ପଶ୍ଚିମ ଓଡିଶାରେ ହାଇକୋର୍ଟଙ୍କ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଦାବି ହୋଇଆସୁଥିଲା। କିଛି ମାସ ଧରି ଓକିଲମାନେ ମଧ୍ୟ ଆନ୍ଦୋଳନକୁ ଓହ୍ଲାଇଛନ୍ତି। କିନ୍ତୁ ଏହାରି ମଧ୍ୟରେ ସୁପ୍ରିମକୋର୍ଟ ରାୟ ଦେଇଥିଲେ କି, ଆନ୍ଦୋଳନରୁ ନ ଓହରିଲେ ଓକିଲଙ୍କ ଲାଇସେନ୍ସ ରଦ୍ଦ କରାଯିବ। ସେମାନଙ୍କ ବିରୋଧରେ ନିଆଯିବ କଠୋର ପଦକ୍ଷେପ। କାରଣ ପଶ୍ଚିମ ଓଡିଶାରେ ସ୍ଥାୟୀ ବେଞ୍ଚର କୌଣସି ଆବଶ୍ୟକତା ନ ଥିବା ରାଜ୍ୟ ସରକାରଙ୍କ ଆଡଭୋକେଟ ଜେନେରାଲ ସୁପ୍ରିମ କୋର୍ଟରେ କହିଥିଲେ। ଏହାକୁ ନେଇ ତାତି ଉଠିଛି ପଶ୍ଚିମ ଓଡିଶା।

ହାଇକୋର୍ଟ ସ୍ଥାୟୀ ବେଞ୍ଚ ସମ୍ବଲପୁରରେ ସ୍ଥାପନ ଦାବି ସହ ସମ୍ବଲପୁରକୁ ସ୍ବତନ୍ତ୍ର ରାଜ୍ୟ କରିବାକୁ ହୋଇଛି ଦାବି। ଏହି ଆନ୍ଦୋଳନ ଆଉ ଓକିଲଙ୍କ ଆନ୍ଦୋଳନ ହୋଇ ରହିନାହିଁ, ପାଲଟିଛି ଜନ ଆନ୍ଦୋଳନ। ଓକିଲଙ୍କ ଆନ୍ଦୋଳନରେ ପଶ୍ଚିମ ଓଡିଶାର ବିଭିନ୍ନ ସଂଗଠନ ସାମିଲ ହୋଇଛନ୍ତି। ବିଭିନ୍ନ ପାରମ୍ପରିକ ବାଦ୍ୟ ବଜାଇ ଆନ୍ଦୋଳନ ସ୍ଥଳକୁ ଆସିଛନ୍ତି ସଂଗଠନ ସବୁ। ପଶ୍ଚିମ ଓଡିଶା କିନ୍ନର ମହାସଂଘ ମଧ୍ୟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ଆନ୍ଦୋଳନ ସହ ସାମିଲ ହୋଇ ପୁଲିସ ସହ ମୁହାଁମୁହିଁ ହୋଇଛି।

ସେପଟେ ଆନ୍ଦୋଳନର ଉଗ୍ରତାକୁ ଦେଖି ପୁଲିସ କୋର୍ଟ ସମ୍ମୁଖରେ ବ୍ୟାରିକେଟ କରିବା ସହ ବିଚାରପତିମାନଙ୍କୁ ପଛ ଗେଟ ଦେଇ କୋର୍ଟ ପରିସରରେ ଛାଡିଛି। ଏହି ସୂଚନା ମିଳିବା ପରେ ଆନ୍ଦୋଳନକାରୀ କୋର୍ଟ ଭିତରକୁ ଧସେଇ ପଶିବାକୁ ଚେଷ୍ଟା କରି ବାରିକେଟ ଭାଙ୍ଗିବା ବେଳେ ପୁଲିସ ସହ ମୁହାଁମୁହିଁ ହୋଇଛନ୍ତି। ହଜାର ହଜାର ଲୋକ ସୁରକ୍ଷା ବଳୟ ଭାଙ୍ଗି ଜିଲ୍ଲା ଜଜ୍ କୋର୍ଟ ପରିସରକୁ ଧସେଇ ପଶି ଜିଲ୍ଲା ଜଜ ଙ୍କୁ କୋର୍ଟ ରୁ ଟାଣି ଆଣି ବାହାରେ ଛାଡି ଦେଇଥିଲେ। ପରେ ଅନ୍ୟ ଜଜ ମାନଙ୍କୁ ପୋଲିସ୍ ସହାୟତାରେ ରେସ୍କ୍ୟୁ କରାଯାଇଥିଲା । କିଛି ସମୟ ପାଇଁ ସମ୍ୱଲପୁର ଜନସାଧାରଣ ଜିଲ୍ଲା ଜଜ୍ କୋର୍ଟ କୁ ନିଜ ଅକ୍ତିଆର କୁ ନେଇଯାଇଥିଲେ। 

Leave a Reply

Your email address will not be published. Required fields are marked *