ରତ୍ନଭଣ୍ଡାର ଖୋଲିବା ନେଇ ହାଇକୋର୍ଟଙ୍କ ନୋଟିସ, ପରବର୍ତୀ ଶୁଣାଣୀ ଅଗଷ୍ଟ 7ରେ

Spread the love

ଭୁବନେଶ୍ୱର : ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ମାମଲାରେ ନେଇ ହାଇକୋର୍ଟରେରେ ଆଜି ଶୁଣାଣୀ ହୋଇଛି । ମାମଲାର ଶୁଣାଣୀ କରି ହାଇକୋର୍ଟ ଜବାବ ରଖିବା ପାଇଁ ପ୍ରତିପକ୍ଷ ୪ ଜଣଙ୍କୁ ନୋଟିସ ଜାରୀ କରିଛନ୍ତି ।

ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ, ମୁଖ୍ୟ ପ୍ରଶାସକଙ୍କୁ ନୋଟିସ ଜବାବ ଦାଖଲ କରିବାକୁ ନୋଟିସ ଜାରୀ କରାଯାଇଛି । ସେହିପରି ଏଏସ୍ଆଇ ଡିଜି ଓ ଏଏସ୍ଆଇ ଅଧୀକ୍ଷକଙ୍କୁ ମଧ୍ୟ ଜବାବ ଦାଖଲ କରିବାକୁ ନୋଟିସ ଜାରୀ କରିଛନ୍ତି ।

ଉଲ୍ଲେଖନୀୟ ଯେ ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଦ୍ୱାରା କରାଯାଇଥିବା ଆବେଦନର ଶୁଣାଣୀ କରି ହାଇକୋର୍ଟ ଏହି ନୋଟିସ ଜାରୀ କରିଛନ୍ତି । ଅଗଷ୍ଟ ୭ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି ।

Leave a Reply

Your email address will not be published. Required fields are marked *