ବନ୍ଦ କର ବୟାନବାଜି, ଅନୁଭବ ଓ ବର୍ଷାଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

Spread the love

ବର୍ଷା-ଅନୁଭବ ପାରିବାରିକ ବିବାଦକୁ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ । ସୋସିଆଲ ମିଡ଼ିଆରେ କୌଣସି ମନ୍ତବ୍ୟ ନ ଦେବାକୁ ହାଇକୋର୍ଟ ତାଗିଦ କରିଛନ୍ତି । ସୋସିଆଲ ମିଡ଼ିଆରେ ଉଭୟ ପରସ୍ପରକୁ ନେଇ କୌଣସି ମନ୍ତବ୍ୟ ଦେଇପାରିବେନି ଓ ସୋସିଆଲ ମିଡ଼ିଆରେ ଭିଡ଼ିଓ ଜାରି ନ କରିବାକୁ ଅନୁଭବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ପୂର୍ବରୁ ଅନୁଭବ ସୋସିଆଲ ମିଡ଼ିଆରେ ଭିଡ଼ିଓ ପୋଷ୍ଟ କରି ଚରିତ୍ର ସଂହାର କରୁଥିବା କହି ହାଇକୋର୍ଟର ଆଶ୍ରୟ ନେଇଥିଲେ ବର୍ଷା । ଆଉ ଆଜି ଏହାର ଶୁଣାଣି କରି ହାଇକୋର୍ଟ ଅନୁଭବଙ୍କୁ ଭିଡ଼ିଓ ପୋଷ୍ଟ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଅନୁଭବ ଲଗାତାର ଗୋଟିଏ ପରେ ଗୋଟିଏ ୩ଟି ଭିଡ଼ିଓ ଅନୁଭବ ସୋସିଆଲ ମିଡ଼ିଆ ଛାଡ଼ିଥିଲେ। ଏହାକୁ ନେଇ ବର୍ଷା ସାଇବର ଥାନାରେ ଅଭିଯୋଗ ମଧ୍ୟ କରିଥିଲେ। ତେଣେ ସାମାଜିକ ଗଣମାଧ୍ୟମରେ ଦୁହିଁଙ୍କ ନାମରେ ଥିବା ଫ୍ୟାନ୍ କ୍ଲବ ଆକାଉଣ୍ଟରେ ଏହି ଘଟଣାର ବାଦ ପ୍ରତିବାଦ, ଆରୋପ ପ୍ରତ୍ୟାରୋପ ଦେଖାଦେଇଥିଲା। ଯାହା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ଦୁହିଁଙ୍କ ପାରିବାରିକ ବିଚ୍ଛେଦ ମାମଲା ମଧ୍ୟ କୋର୍ଟରେ ଚାଲୁଛି। ମାମଲାର ସମାଧାନ ହୋଇ ନ ଥିବା ବେଳେ ଫିଲ୍ମ ଦୁନିଆର ଏହି ଚର୍ଚ୍ଚିତ ଜୋଡ଼ିଙ୍କ ପାରିବାରିକ କଳି ବଢ଼ି ଚାଲିଛି। କୋର୍ଟଙ୍କ ନିର୍ଦ୍ଦେଶ ଆସିବା ପରେ ଆଗକୁ ପରିସ୍ଥିତି କ’ଣ ହେଉଛି ତାହା ଉପରେ ସମସ୍ତଙ୍କ ଦୃଷ୍ଟି ରହିଛି।

Leave a Reply

Your email address will not be published. Required fields are marked *